ଧର୍ମଗଡ଼: ତା ୫/୩(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସର ଶୁଭ ଉଦଘାଟନ କରିଛନ୍ତି। ବୃନ୍ଦାବାହଲ ଠାରେ ହେଲିକ୍ୟାପ୍ଟର ଯୋଗେ ଆସି ଏକ ସାଧାରଣ ସଭାରେ ଉଦବୋଧନ ଦେବା ସହ ବିଜୁଏକ୍ସପ୍ରେସ ରାସ୍ତା କୁ ଲୋକାର୍ପଣ କରିଥିଲେ। ସେଠାରୁ କାର ଯୋଗେ ଧର୍ମଗଡ ଗୋଳେଇ ଛକକୁ ପରିକ୍ରମା କରି ସେଠାକାର ସାଧାରଣ ସଭାରେ ଉଦବୋଧନ ଦେଇ ବିଜୁ ଏକ୍ସପ୍ରେସ ରାସ୍ତା ,ନୂତନ ବସ ଷ୍ଟାଣ୍ଡ ,ଷ୍ଟାଡିୟମ ଆଦି କୁ ଉଦଘାଟନ କରିଥିଲେ ।
ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟତମ ବାହକ ସାଯିବ।ବିଶେଷ ଭାବେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ର ଲାଇଫ ଲାଇନ ହେବ ବୋଲି କୁହାଯାଏ । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୀର୍ଘ୍ୟ ବିଶିଷ୍ଟ ୪ ଲେନ ବିଜୁ ଏକ୍ସପ୍ରେସ ୱେ ଲୋକ ଜୀବନ ଜୀବିକା ପରିବହନ କରିବା ସହ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ହେବାରେ ସହାୟତା ହୋଇପାରିବ ।ଏଥିରେ ୨୦୨୨-୨୩ରେ ୬୦୦ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡା ଘାଟିପଡ଼ାଠାରୁ ଆମପାଣି ପର୍ଯ୍ୟନ୍ତ ୧୭୪କିମି ରାସ୍ତାର ନିର୍ମାଣ ହୋଇଛି । ସେଥିରୁ ନୂଆପଡା ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି ।ତେବେ ଟାଣ ଖରାକୁ ଖାତିର ନ କରି ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟସମର୍ଦ୍ଧନା ଜଣାଇବା ପାଇଁ ହଜାର ହଜାର ସଂଖ୍ୟାରେ ଜନଗହଳି ଲାଗି ରହିଥିଲା
ବୃନ୍ଦାବାହାଲ ଠାରେ ୫୨୭କୋଟି ର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୧୫୭୩କୋଟିର ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ। ପରେ ଧର୍ମଗଡ଼ ରୁ ହେଲିକ୍ୟାପ୍ଟର ଯୋଗେ କୋକସରା ବ୍ଲକ ଆମପାଣି ଠାରେ ଆୟୋଜିତ ଜନସଭାରେ ଯୋଗଦାନ କରି ଉଦବୋଧନ ଦେଇଥିଲେ।ତେବେ ପୂର୍ଵସୂଚୀ ଅନୁଯାୟୀ ବୃନ୍ଦାବାହାଲ ଠାରୁ ଆମ୍ବପାଣି ପଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଙ୍କ ବସ ଗସ୍ତ ଶେଷ ମୁହୁତରେ ନାକଚ ହୋଇଥିବା ନେଇ ଜନସାଧାରଣଙ୍କ ଭିତରେ କ୍ଷୁବ୍ଧ ପ୍ରକାଶ ପାଇଛି ।ନିଜ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ପାଇବା ପାଇଁ ଆଶ ଶୋଷରେ ଲୋକଙ୍କୁ ଏକ ପ୍ରକାର ନିରାଶ ହୋଇଥିଲେ। ବିଶେଷ ଭାବରେ ଧର୍ମଗତ ଠାରୁ ପର୍ଲା ବେହେରା ଆଦି ସମଦ୍ଧନା ଜଣାଇବା ପାଇଁ କର୍ମୀ ଏବଂ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ବେଳେ ଜୋର ସୋର ରେ ପ୍ରସ୍ତୁତି ମଧ୍ୟ ହୋଇଥିଲା