ରାୟଗଡା:(ରମାକାଂତ ପୋଦାଲ୍)ଅବସ୍ଥାପିତ ଦୁର୍ଗମ ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାକୁ ଲୋକମୋଚନ କୁ ଆଣିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରୟାସ ଜାରିରହିଥିବା ବେଳେ ଏହା ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ରେ ଥିବା Ssd ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ଅପରାହ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ଗମାଙ୍ଗ ଙ୍କ ସଭାପତିତ୍ୟୁ ଓ କୃଷି ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ଙ୍କ ସଂଯୋଜନାରେ ଆୟୋଜିତ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ,ମୁଖ୍ୟ ବକ୍ତା Ssd ବିଭାଗର ଶିକ୍ଷା ମଣ୍ଡଳ।ଧିଶ ଶ୍ୟାମଘନ ଭୂୟାଁ,ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟ ସୁଜିତ ବ୍ରେଡକା,ବ୍ଲକ ଅଧ୍ୟକ୍ଷ କୟନ କିମ୍ବାକା,ତହସିଲଦାର ତଥା ବିଡ଼ିଓ ଅଶୋକ କୁମାର ତ୍ରିପାଠୀ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ମିସାଲ,ସ୍ଥାନୀୟ ସରପଞ୍ଚ ରଞ୍ଜିତା ବ୍ରେକବେଡ଼ା,ବିଦ୍ୟାଳୟ ସଭାପତି ହାଡିବନ୍ଧୁ ବ୍ରେକବେଡା ,ବିଶିକେସନ୍ ବାହକ,ବିପିନ୍ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପପ୍ରଜ୍ୟୁଲନ ପୂର୍ବକ ବାର୍ଷିକ ଉତ୍ସବ ର ଶୁଭାରମ୍ଭ କରିଥିଲେ ।
ଅତିଥି ମାନଙ୍କୁ ଛାତ୍ର ମାନେ ବାଦ୍ୟ ର ତାଳେତାଳେ ମଞ୍ଚକୁ ପାଛୋଟି ନେଇଥିଲେ ।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକର୍ମ କୁ ଅତିଥିମାନେ ଦେଖି ମନମୁଗ୍ଧ ହୋଇଉଠୁଥିଲେ।ପ୍ରଧାନଶିକ୍ଷକ ଭାସ୍କର ଗମାଙ୍ଗ ବିଦ୍ୟାଳୟ ର ବାର୍ଷିକ ବିବରଣୀପାଠ କରିବା ସହିତ ବିଦ୍ୟାଳୟର ଆବଶ୍ୟକତା କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଓ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।ଆଜିର ସଂ।ସ୍କୃତିକ କର୍ଯ୍ୟକର୍ମ ରେ ବିଭିନ୍ନ ଲୋକନୃତ୍ୟ,ଆଧୁନିକ,ଓଡ଼ିଶୀ ନୃତ୍ୟ,ଆଦିବାସୀ ନୃତ୍ୟ,ସଙ୍ଗୀତ,ନାଟକ ପରିବେଷଣ ରେ କୃତିତ୍ୟୁ ଲାଭ କରିବା ସହ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ୟୁ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।