ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଲାଇନ୍‌ମ୍ୟାନ ସଂଘର ବିରୋଧ ଲାଇନ୍‌ମ୍ୟାନ ଦିବସରେ ଲାଇନ୍‌ମ୍ୟାନଙ୍କ ବିକ୍ଷୋଭ

68 0

ଯାଜପୁର ଟାଉନ: ଯାଜପୁର ଦଶରଥପୁର ବ୍ଲକ ଲାଇନ୍‌ମ୍ୟାନ ସଂଘ ଆହ୍ୱାନକ୍ରମେ ଟାଟା ପାୱାର ଦ୍ୱାରା ପାଳିତ ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଯାଜପୁର ପାୱର ଏମ୍ପ୍ଲଇଜ୍ ୟୁନିୟନ୍ ବିରୋଧ କରିବା ସହିତ ଏହି ଦିବସ ପାଳନକୁ ବର୍ଜ୍ଜନ କରିଛି ।

ଟାଟା ପାୱାର ପକ୍ଷରୁ ଜାତୀୟ ଲାଇନ୍ ମ୍ୟାନ ଦିବସ ପାଳନ ପାଇଁ ବିରଜା ମନ୍ଦିର ସନ୍ନିକଟ ବିରଜା କଲ୍ୟାଣ ମଣ୍ଡପ ପରିସରରେ ଭବ୍ୟ ଆୟୋଜନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଦଶରଥପୁର ବିଦ୍ୟୁତ ଉପଖଣ୍ଡ ଅଧିନର ନିଲମ୍ବିତ ଲାଇନ୍‌ମ୍ୟାନ ପ୍ରଶାନ୍ତ ନାୟକଙ୍କ ପୁନଃ ନିଯୁକ୍ତି ଦାବିରେ ଲାଇନ୍‌ମ୍ୟାନ ସଂଘ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବର୍ଜନ କରିବା ସହିତ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ ଡିଭିଜନାଲ ସମ୍ପାଦକ ଶ୍ରୀକାନ୍ତ କୁମାର ବେହୁରିଆ, ଅଭୟ କୁମାର ପଣ୍ଡା,ଙ୍କ ନେତୃତ୍ୱରେ ଯାଜପୁର ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଶାନ୍ତ ନାୟକଙ୍କ ପୁନଃ ନିଯୁକ୍ତି ଦିଆନଯାଇଛି ସେତେଦିନ ପର୍ଯ୍ୟନ୍ତ ଆମ ସଂଘ ପକ୍ଷରୁ ଅସହଯୋଗ ଜାରି ରହିବ ।

ଏଭଳି କିଛି କହି ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ବର୍ଜନ କରିଥିଲେ ଯାଜପୁର ପାୱାର ଏମ୍ପ୍ଲଇଜ୍ ୟୁନିୟନ୍‌ର ସମସ୍ତ ସଭ୍ୟ ଓ କାର୍ଯ୍ୟକର୍ତ୍ତା । ବିରଜା କଲ୍ୟାଣ ମଣ୍ଡପରେ ଏହି ଦିବସ ପାଳନ ପାଇଁ ଟାଟା ପାୱାର ପକ୍ଷରୁ ବିରାଟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମରେ କିଛି ହାତ ଗଣତି ଉପରିସ୍ଥ ଅଧିକାରୀ ଲାଇନ୍‌ମ୍ୟାନ ମାନଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ ମଧ୍ୟ ଜଣେ ହେଲେ ଲାଇନ୍ ମ୍ୟାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଯାଦ୍ୱାରା ଯାଜପୁର ଟାଉନ ଡିଭିଜନ ପକ୍ଷରୁ ଅନୁଷ୍ଠିତ ଲାଇନ୍‌ମ୍ୟାନ ଦିବସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭଣ୍ଡୁର ହୋଇଥିବା ଜଣାଯାଇଛି ।

Related Post

ବିଡିଓଙ୍କ ପାଦତଳେ ପଡ଼ି ବୃଦ୍ଧାଙ୍କ ନ୍ୟାୟଭିକ୍ଷା ଘଟଣା:- କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ

Posted by - May 15, 2020 909
ଭୁବନେଶ୍ଵର :ନିଜ ହକରୁ ବଂଚିତ ହୋଇଥିବା ଜଣେ ମହିଳା ଗୁହାରି ଜଣାଇବାକୁ ଆସି ବିଡ଼ିଓଙ୍କ ଗୋଡ଼ତଳେ ପଡିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି । ସୂଚନା…

ଜୋର ଜବରଦସ୍ତ ମନ୍ଦିର ଖୋଲିବାକୁ ଚେତାବନୀ ଦେଲେ ସେବାୟତ

Posted by - November 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ସରକାର ମନ୍ଦିର ସେବାୟତ ମାନଙ୍କ ଧର୍ଯ୍ୟ ର ପରୀକ୍ଷା କରୁଛନ୍ତି। ରାଜ୍ୟରେ କୋରୋନା ନିୟନ୍ତ୍ରଣ କୁ ଆସିଥିବା ବେଳେ ମନ୍ଦିର…

ଗଣତନ୍ତ୍ରର ଶକ୍ତି ଆଗରେ ହାର୍‌ ମାନିଲା ଲାଲ୍‌ବାହିନୀର ନାଲିଆଖି

Posted by - April 13, 2019 0
ମାଲ୍‌କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପାଦନ ହେଇପାରିଛି।ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣକୁ ଖାତିର ନକରି ଅନ୍ଧାର ରାତିରେ ପାହାଡ଼ିଆ…

ଯାଜପୁର ରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ,୫୮ ବର୍ଷୀୟ କଲିକତା ଫେରନ୍ତା ,ରାଜ୍ୟ ରେ ୧୭୬

Posted by - May 5, 2020 0
ଭୁବନେଶ୍ୱର: ଯାଜପୁର ରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ,୫୮ ବର୍ଷୀୟ କଲିକତା ଫେରନ୍ତା । ଯାଜପୁର ରେ ରାଜ୍ୟ ରେ ୧୭୬। ସେ ନିକଟରେ କୋଲକାତାରୁ ଫେରିଥିଲେ।…