ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର

47 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୬ ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ଦୁଇ ଦିନ ଧରି ଆୟୋଜିତ ହୋଇ ଯାଇଛି l ଜୁନିଅର ରେଡ଼କ୍ରସ ପରିବାର ସହ ଜୀବନ ସାରା ଯୋଡି ହୋଇଥିବା ପୂର୍ବତନ ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀଯୁକ୍ତ ଧରମ ସିଂ ମିଶ୍ର ପତାକା ଉତ୍ତୋଳନ କରି ଶିବିର କୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଘାଟନୀ ସଭା ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ପ୍ରତିନିଧି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜୁନିଅର ମାନଙ୍କୁ ସେବା ମନୋଭାବ ରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ l

ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଧରମ ସିଂ ମିଶ୍ର ପ୍ରଶିକ୍ଷଣ କୁ ଜୀବନ ରେ ଉପଯୋଗ କରିବାଜୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥିଭାବେ ସହ-ଜିଲ୍ଲା ଶିକ୍ଷା ଅଧିକାରୀ, ସୁବର୍ଣ୍ଣପୁର ଡ଼.ରାଧାକାନ୍ତ ଗଡତିଆ ଏବଂ ଶ୍ରୀମତୀ ମଞ୍ଜୁଲତା ଭୋଇ ସେବା ଓ ବନ୍ଧୁତାଭାବ କୁ ଆଗକୁ ବଢେଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ l ଜୁନିଅର ରେଡ଼କ୍ରସ ଅଧିକାରୀ ଶ୍ରୀଯୁକ୍ତ ରବି ଚନ୍ଦ୍ର ପଶାୟତ ବିବରଣୀ ପଠନ କରିଥିବା ବେଳେ ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଗ ମଞ୍ଚ ପରିଚାଳନା କରିଥିଲେ l ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ, କିଡ଼ସ ଇଂରାଜୀ ବିଦ୍ୟାଳୟ ର ଛାତ୍ରୀ ଆକାଂକ୍ଷା ଦାଶ ଓଡିଶୀ ନୃତ୍ୟ ମାଧ୍ୟମରେ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ l ବରିଷ୍ଠ ସାଧନ କର୍ମୀ ଝସକେତନ ମେହେର ଧନ୍ୟବାଦ ଦେଇଥିବା ବେଳେ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ର ୧୧୪ ଟି ବିଦ୍ୟାଳୟ ରୁ ୧୧୪ ଜଣ ପରାମର୍ଶଦାତା , ୧୩0 ଜଣ ବାଳକ ଜୁନିଅର ଏବଂ ୧୭୯ ଜଣ ବାଳିକା ଜୁନିଅର ଯୋଗଦାନ କରିଥିଲେ l ଆଜି ଦ୍ୱିତୀୟ ଦିନ ସକାଳ ରୁ ପ୍ରାର୍ଥନା, ଯୋଗ, ପ୍ରାଣାୟାମ ସହ ସର୍ବ ଧର୍ମ ପ୍ରାର୍ଥନା ର ଆୟୋଜନ ହୋଇଥିଲା l

ଏ କାର୍ଯ୍ୟକ୍ରମ ରେ ମାର୍ଗଦର୍ଶକ ପ୍ରସନ୍ନ ଶତପଥୀ ଓ ଯୋଗ ଗୁରୁ ହୃଷିକେଶ ଦେହେରୀ ଯୋଗ ଦାନ କରି ସୁସ୍ଥ ଜୀବନ ଶ୍ରେଷ୍ଠ ଜୀବନ ର ବାର୍ତ୍ତା ପ୍ରଦାନ କରିଥିଲେ l ପରେ ସହର ରେ ରେଡ଼କ୍ରସ ର ବାର୍ତ୍ତା ପହଂଚାଇବା ପାଇଁ ଏକ ଶାନ୍ତି ଶୋଭାଯାତ୍ରା ବାହାରିଥିଲା l ଉକ୍ତ ଶୋଭଯାତ୍ରା କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସହ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ, ଜୁନିଅର ରେଡ଼କ୍ରସ ର ଉପ ସଭାପତି ଗତିକୃଷ୍ଣ ମିଶ୍ର, ଜୁନିଅର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପଶlୟତ, ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ମାର୍ଗଦର୍ଶକ,ବାଳକ ଜୁନିଅର ଓ ବାଳିକା ଜୁନିଅର ଯୋଗଦାନ କରିଥିଲେ l ପୁନଶ୍ଚ ଜିଲ୍ଲା ସାଧନ କର୍ମୀ ମାନେ ପ୍ରାଥମିକ ଚିକିତ୍ସା, ଦୁର୍ଘଟଣା ସମୟରେ ସେବା ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଜୁନିଅର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ଅପରାହ୍ନ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅଧ୍ୟକ୍ଷତା କରିଥିବାବେଳେଜିଲ୍ଲା ଜୁନିଅର ରେଡକ୍ରସ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଗଡତିଆ ତଥା ଶ୍ରୀମତୀ ଭୋଇ ଓ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗତିକୃଷ୍ଣ ମିଶ୍ର ଓ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ କମଳିନୀ ଶତପଥୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଜୁନିଅର ରେଡକ୍ରସ ମୁଖପତ୍ର “ଉତ୍ସର୍ଗ ” କୁ ଉନ୍ମୋଚନ କରା ଯାଇଥିଲା l ତା ସହିତ ଶିବିର ଜୁନିଅର ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତି ଛାତ୍ରୀ ଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ପଶାୟତ ଶିବିରର ବିବରଣୀ ପ୍ରଦାନ କରିଥିଲେ । ମେଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରକୁ ଜିଲ୍ଲାର ବିଭିନ୍ନ ଜୁନିଅର ରେଡକ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ମାନେ ପରିଚାଳନା କରିଥିଲେ ।

 

Related Post

କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବଲପୁର ରେ ଅନୁଷ୍ଠିତ ହେଲା ବୋଇତ ବନ୍ଦାଣ

Posted by - November 9, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଓଡିଆ ଜାତିର ଅନନ୍ୟ ବର୍ଷ ବର୍ଷ ର ପରଂପରା ବୋଇତ ବନ୍ଦାଣ ପର୍ବ ପାଳିତ ହୋଇଯାଇଛି । ପବିତ୍ର କାତ୍ତିକ ପୁଣ୍ଣିମା…

ବରୀରେ ବିଶ୍ୱ ପରିବେଶ ଦିବସ ପାଳନ

Posted by - June 5, 2020 0
ଯାଜପୁର ଅଫିସ :୦୫/୦୬ (ସ୍ୱ.ପ୍ର) : ବରୀରେ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇ ଯାଇଛି । ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅଧ୍ୟକ୍ଷତାରେ ବରୀପାଳ…

ଜିଲ୍ଲାସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - November 28, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆସନ୍ତା ୧ ଡିସେମ୍ବରରେ ବିଶ୍ଵ ଏଡସ୍ ଦିବସ ପାଳନ ହେବ। ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ଆଜି ଜିଲ୍ଲା ମୁଖ୍ୟ…

ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର

Posted by - January 29, 2023 0
ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରାନରସିଂ ପୁର ପ୍ରlଣିଧନ ସହାୟତା କେନ୍ଦ୍ର ପ୍ରାଙ୍ଗଣରେ ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ…

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 1,285
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…