ବୌଦ୍ଧ:(ମଚିତ୍ତରଞ୍ଜନ ସିଂହ)ଧୁବାବୁ ପେନସନ ଯୋଜନା ରେ ଯୋଗ୍ୟ 128 ଜଣ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କଲେ ମାନ୍ୟବର ମନ୍ତ୍ରୀ :- ଅଦ୍ୟ ତା.4.3.2023 ରିଖ ଦିବା 1ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର ଆବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି l
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଜଙ୍ଗଲଓ ପରିବେଶ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇ ହରଭଙ୍ଗା ବ୍ଲକ ର 85 ଜଣ ଏବଂ ବୌଦ୍ଧ ବ୍ଲକ ର 43 ଜଣ, ଏହିପରି ସର୍ବମୋଟ 128 ଜଣ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଗୋଷ୍ଠି ଉନ୍ନୟନ ବିଭାଗ, ବୌଦ୍ଧ ଏବଂ ହରଭଙ୍ଗା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷ ରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l