ବୌଦ୍ଧ:( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ ଗ୍ରାମର ଗୌନ୍ତିଆ ତଥା ବିଶିଷ୍ଠ ସମାଜସେବୀ ତ୍ରିଲୋଚନ ଦେହୁରୀଙ୍କ ଆଜି ଅପରାହ୍ନ ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ଶ୍ରୀ ଦେହୁରୀ ରକ୍ତ କର୍କଟ ରୋଗରେ ପୀଡିତ ହେବା ସହ ଚିକିତ୍ସିତ ହେଉଥିଲେ । ତେବେ ଆଜି ଅପରାହ୍ନ ୫ ଟା ବେଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ।
ସେ ନିଜ ଗାଁ ସହ ଅଖପାଖ ଅଂଚଳ ଲୋକଙ୍କ ସମସ୍ୟ କୁ ସମାଧାନ କରିବା ସହ ଏନେଇ ସରକାରୀ ସ୍ତରରେ ଆବଶ୍ୟକ ସାହାଯ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । କେବଳ ସେ ଜଣେ ସମାଜସେବୀ ଭାବେ ନୁହେଁ ମିଷ୍ଠଭାଷୀ ଓ ମିଳାପୀ ମଣିଷ ଭାବେ ଅଂଚଳରେ ବେଶ ଲୋକପ୍ରିୟ ।
ତାଙ୍କର ଅକାଳ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କୁ ଶେଷ ଦର୍ଶନ ପାଇଁ ବହୁ ଦୁରଦୂରନ୍ତରୁ ମନ୍ୟଗଣ୍ୟ ବ୍ୟକ୍ତି ମାନେ ପହଁଚିଥିଲେ । ତେବେ ତାଙ୍କର ଶେଷ ସମୟରେ ପତ୍ନୀ, ପୁଅ ଓ ଝିଅ ରହିଥିବା ବେଳେ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।