ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ

36 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ ଡି ଆର ଡି ଏ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ଯୋଗ ଦେଇ ଉଦ୍ୟୋଗୀ ସପ୍ତାହ-୨୦୨୩ ପାଳନ ର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ ।

ମାର୍ଚ୍ଚ ୫ ରୁ ମାର୍ଚ୍ଚ ୯ ତାରିଖ ପର୍ୟ୍ୟ ନ୍ତ ସ୍ଥାନୀୟ ରୟାଲ ପଡିଆରେ ଉଦ୍ୟୋଗୀ ସପ୍ତାହ ପାଳନ କରାଯିବ । ଏହି ଅବସରରେ ଏକ ଶିଳ୍ପ ପ୍ରଦର୍ଶନୀ ର ଆୟୋଜନ କରାଯିବ । ଏଥିରେ ୪୫ ଟି ଷ୍ଟଲ ରେ ଜିଲ୍ଲା ର ବିଭିନ୍ନ ଉଦ୍ୟୋଗୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ଭାଗ ନେଇ ତାଙ୍କ ଦ୍ରବ୍ୟ ର ବିକ୍ରି କରିପାରିବେ । ଉକ୍ତ ସପ୍ତାହ ପାଳନ ଅବସରରେ ବିଭିନ୍ନ ଦିବସରେ ଉଦ୍ୟୋଗୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯିବା ସହ ତାର ବଜାରୀ କରଣ ଓ ବ୍ୟାଙ୍କ ରୁ କିଭଳି ଆର୍ଥିକ ସହଯୋଗ ପାଇବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ।

ଏହି ଆୟୋଜନ ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ଉଦ୍ୟୋଗ ପ୍ରତି ଅନ୍ୟମାନେ ମଧ୍ୟ ଆକୃଷ୍ଟ ହେବା ସହ ଆର୍ଥିକ ମାନଦଣ୍ଡରେ ସୁଦୃଢତା ଆସିପାରିବ । ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Related Post

ସମ୍ବଲପୁର ଦୁରଦର୍ଶନ କେନ୍ଦ୍ରକୁ ବଞ୍ଚାଇବା ପାଇଁ ଧାରଣା

Posted by - February 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ପ୍ରଥମ ଦୁରଦର୍ଶନ କେନ୍ଦ୍ର ସମ୍ବଲପୁର କୁ ବନ୍ଦ କରିଦେବା ଚକ୍ରାନ୍ତ କୁ ବିରୋଧ କରି ଆଜି ସମ୍ବଲପୁର ଦୁରଦର୍ଶନ କେନ୍ଦ୍ର ବାହାରେ ଧାରଣା ଆରମ୍ଭ…

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେରେ ଉପଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ

Posted by - December 30, 2020 0
ନୀଳଗିରି :(ସୌମ୍ୟାସାଇ ବାରିକ)ପୂର୍ବାହ୍ନ ୧୧ ଘଟିକା ସମୟରେ, ନୀଳଗିରି ଅଞ୍ଚଳ ର ବହୁ ସଂଖ୍ୟକ ଚାଷୀ , ନବନିର୍ମାଣ କୃଷକ ସଂଗଠନ ବାଲେଶ୍ଵର ଜିଲ୍ଲା ଶାଖା ସଂଯୋଜକ…

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ ଘଟଣାରେ ନ୍ୟାୟ ଦାବି

Posted by - October 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରେ ଏମବିକେ ଙ୍କ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ…