ବୌଦ୍ଧ:୧/୩(ଚିତ୍ତରଞ୍ଜନ ସିଂ)ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପହଞ୍ଚିଥିଲେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ । ସେଠାରେ ପହଞ୍ଚି ଜନଶୁଣାଣୀ ଶିବିରରେ ଗରିବ ଦୁଃଖୀଙ୍କ ଆପତ୍ତି ଅଭିଯୋଗ ଶୁଣିବା ପରେ ତ୍ୱରିତ ପଦକ୍ଷେପ ନେଇ ସେସବୁର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆତ୍ମନିର୍ଭରଶୀଳ ହେବାପାଇଁ ୨ଜଣ ବିଧବା ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରିଥିଲେ । ଜଣେ ଦିବ୍ୟାଙ୍ଗଙ୍କୁ ଗୋଟିଏ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ ।
ମହେଶ୍ୱରପିଣ୍ଡାର ମଞ୍ଜୁ ବେହେରାଙ୍କୁ ଚିକିତ୍ସାପାଇଁ ୧୦ ହଜାର ଟଙ୍କା, ରେଙ୍ଗାଲିର ଘାସିରାମ ବେହେରାଙ୍କୁ ୬ହଜାର ଟଙ୍କା, କିରାସିରା ଗ୍ରାମର ଜନନୀ ସେଠୀଙ୍କୁ ୫ହଜାର ଟଙ୍କା, କଟୁଆପାଲିର ଭୋଗନାଥ ଜଗଦଲାଙ୍କୁ ୮ହଜାର ଟଙ୍କା, ମହେଶ୍ୱରପିଣ୍ଡାର ରାଜକିଶୋର ଡାଙ୍ଗଙ୍କୁ ୨୦ହଜାର ଟଙ୍କା, ପିଙ୍ଗଲାବେଡାର ଟୁନି ସାହୁଙ୍କୁ ୧୦ ହଜାର ଟଙ୍କା ଏହିପରି ୬ଜଣଙ୍କୁ ମେଡିକାଲ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୫୯ହଜାର ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।
ଏଥିସହିତ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚଉରିପଦରର ହିତ ସାହୁ, କିରାସିରାର କୈଳାସ ସାହୁ, ମଲ୍ଲିଫୁଲ ବୁଡାଏକ, ମସିଣାପଡାର ଦମୟନ୍ତୀ ମେହେର, ଚଉରିଆପଦରର ପ୍ରମିଳା ମେହେର, ମହେଶ୍ୱରପିଣ୍ଡାର ବନବାସୀ ଅମାତ, ବାହାଜୋରର ସରୋଜିନୀ ନାୟକ, ରକ୍ସାର ବୈଲଙ୍କା ମହାନନ୍ଦ, ମହେଶ୍ୱରପିଣ୍ଡାର ସୁବର୍ଣ୍ଣା ବେହେରା, ଚଉରିଆପଦରର କୁମାରି ବାଘ, ଦହ୍ୟାର ନୂଆଦେଇ ପ୍ରଧାନ, ସୁଧୁନୀସାହି ଦହ୍ୟାର ଦୁତି ମେହେର, ଚଉରିଆପଦରର ଶକୁନ୍ତଳା ମେହେର, ଡାଙ୍ଗସାହି ଅମୁଡାର ଅମୃତି ଦଣ୍ଡିଆ, ମହେଶ୍ୱରପିଣ୍ଡାର ନିଦ୍ରା ବେହେରା, ରକ୍ସାର ନୁରା ଭୁଲିଆ, କିରାସିରାର ଦୁଲେଇ ସାହୁ, ବାହାଜୋରର ଦୁଃଖୀ ରଣା, କିରାସିରାର ଧୟନା ଭୋଇନା, ମହେଶ୍ୱରପିଣ୍ଡାର ଚନ୍ଦ୍ରକାନ୍ତି ଭୁକ୍ତା ପ୍ରତ୍ୟେକଙ୍କୁ ୨ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ରକ୍ସାର ଲାଲ ଜଗଦଲାଙ୍କୁ ଓ ଦହ୍ୟାର ଜଗନ୍ନାଥ ନାଏକଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।
ସେହିପରି ମନମୁଣ୍ଡା ମହୁଲିର ସାବିତ୍ରୀ ମେହେରଙ୍କୁ ୧୦ ହଜାର ଟଙ୍କା ଓ ମହେଶ୍ୱରପିଣ୍ଡାର ନାଜରିନ କୌସରଙ୍କୁ ଗତ କୋଭିଡରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ୫ହଜାର ଟଙ୍କା ଆର୍ଥିକ ସହାୟତା, ଏନଏଫବିଏସ୍ରୁ ୨୦ ହଜାର ଟଙ୍କା ସହାୟତା ତକ୍ରାଳ ବିଧବାଭତ୍ତା ଓ ଆତ୍ମନିର୍ଭରଶୀଳ ପାଇଁ ସିଲେଇ ମେସିନ ପ୍ରଦାନ କରିଥିଲେ । ରକ୍ସାର ବିମଳା ଝାଙ୍କରଙ୍କୁ ୧୦ ହଜାର ଟଙ୍କା ଓ ବିଦ୍ୟାଳୟମାନଙ୍କୁ ୟୁନିଫର୍ମ ସିଲେଇ ପାଇଁ କାମ ଦିଆଯବ ବୋଲି ପ୍ରତିଶ୍ରୁତି ଦେବାସହ ସିଲେଇମେସିନ ଏନଏଫବିଏସ୍ରୁ ୨୦ ହଜାର ଟଙ୍କା ସହାୟତା ତକ୍ରାଳ ବିଧବାଭତ୍ତା ମଞ୍ଜୁର କରିଥିଲେ । ଏହିଭଳି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସମୁଦାୟ ୭୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଗରିବ ଦୁଃଖୀଙ୍କ ଦୁଃଖ ବୁଝିବା ପରେ ସଙ୍ଗେସଙ୍ଗେ ତାର ସମାଧାନ କରି ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରି ସହ ଯୋଗର ହାତ ବଢାଇଥିବାରୁ ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି