ଧର୍ମଗଡ଼ ତା ୨/୩/୨୩ (ହେମନ୍ତ କୁମାର ମାଝୀ)ଅଞ୍ଚଳ ର କ୍ରୀଡା ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ପାଇଁ ଓ କ୍ରୀଡ଼ାର ବିକାଶ ପାଇଁ ବଡ଼ଘୁମେର ଠାରେ ମାଁ ଚକାମଲେନ ନକ ଆଉଟ କ୍ରିକେଟ ଟୁରନାମେଣ୍ଟ ଫାଇନାଲ୍ ମ୍ୟାଚ ଉଦଯାପିତ ହୋଇଯାଇଛି ।ଏହି ମ୍ୟାଚ ରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲା ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଧର୍ମଗଡ଼ ବିଧାୟକ ଶ୍ରୀ ମୌସଧି ବାଗ, ଜିଲ୍ଲା ପରିଷଦ ଧର୍ମଗଡ଼ ଯୋନ ନଂ-୨ ଶ୍ରୀ ଶଙ୍କର ପ୍ରସାଦ ଜୁଏଡ଼, ବଡ଼ଘୁମେର ଗ୍ରାପ ସରପଞ୍ଚ ଶ୍ରୀ ଜନ୍ମେଜୟ ଗୋପାଳ ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ଥାବିର ପ୍ରସାଦ ସାହୁ ବରିଷ୍ଠ ସାମ୍ୱାଦିକ ତଥା ଓଟିଭି ପ୍ରତିନିଧି ଶ୍ରୀ ଇଙ୍ଗିତ କୁମାର ପଣ୍ଡା ବିଜେଡି ଧର୍ମଗଡ଼ ବ୍ଲକ ସଭାପତି ଶ୍ରୀ ଟିକମାନ ଯାଦବ, ଶ୍ରୀ ଦିବ୍ୟ ସିଂ ମହାନ୍ତି ,ଶ୍ରୀ ସୁନୀଲ ଲହଜଳ ବଡ଼ଘୁମେର ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଲଷ୍ମୀକାନ୍ତ ଗୋପାଳ, ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ଗୋପାଳ, ସମାଜସେବୀ ମଧୁସୂଦନ ଗୋପାଳ, ନାଏବ ସରପଞ୍ଚ ପ୍ରତନିଧି ଶ୍ରୀ ଶାସିକାନ୍ତ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ
ଫାଇନାଲ ମ୍ୟାଚ ରେ ନିର୍ଧାରିତ ୧୦ ଓଭର ରେ ଝରିଆଗୁଡା ଟିମ ପ୍ରଥମ ବ୍ୟାଟିଂ କରି ୭୫ ରନ ସଂଗ୍ରହ କରିଥିଲା ତାର ଜବାବ ରେ ସାନ ଟେମରି ଟିମ ୬ ଓଭର ୪ ଵିକେଟ ହରାଇ ଲକ୍ଷ୍ୟ ଧାର୍ଯ୍ୟ ର ୭୫ ରନ ପୁରା କରିଥିଲା । ଏହି ମ୍ୟାଚ ରେ ସାନ ଟେମରି କ୍ରିକେଟ ଟିମ ୬ ଵିକେଟ ରେ ମ୍ୟାଚ ଟିକୁ ଜିତି ନେଇଥିଲା । ଏହି ମ୍ୟାଚ ରେ ସାନ ଟେମରି ର ମଇକେଲ ମ୍ୟାନ ଅଫ ଦି ମ୍ୟାଚ ମଇକେଲ ଓ ମ୍ୟାନ ଅଫ ସିରିଜ ରାକେଶ ପାଇଥିଲେ ।ଏହି ମ୍ୟାଚ ରେ ଶ୍ରୀ ମାଧବ ଗୋପାଳ ଓ ଶ୍ରୀ ନିହାର ରଞ୍ଜନ ଦାଶ ଖେଳ ପରିଚାଳନା କରିଥିଲେ । ସ୍କୋରର ଭାବେ ସୁବେନ୍ଧୁ ଗୋପାଳ ଓ କମେଣ୍ଟେଟର ଶ୍ରୀ କାମାକ୍ଷ ଗୋପାଳ ଓ ଯୁଗେଶ୍ୱର ମେହେର ଦାୟିତ୍ୱ ତୁଲାଇଥିଲେ । ବଡ଼ ଘୁମର କ୍ରିକେଟ ଏସୁସେସର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।