ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ l ଏହି ଗସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ମାତୃ ଚିକିତ୍ସାଳୟ ସହ ନୂତନ ଭାବରେ ନିର୍ମାଣ ଚାଲିଥିବା ଜିଲ୍ଲା ଚିକିତ୍ସାଳୟ ବୁଲି ଦେଖିବା ସହିତ ସେଠାରେ କାମ କରୁଥିବା ଶ୍ରମିକ ଙ୍କ ସହ କଥାବାର୍ତ୍ତା କରିଥିଲେ ।
ଏଠାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ରେ ଯାଇ ଏଠାରେ ଥିବା ରୋଗୀ ଓ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ଭିଲନି କକ୍ଷ ରେ ବୁଦ୍ଧିଜୀବୀ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସହ ମାନବଧିକାର ସମ୍ବନ୍ଧ ରେ ଆଲୋଚନା କରିଛନ୍ତି ।