Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ : ମାତ୍ର ୪୭ ବର୍ଷ ବୟସରେ ସଫଳ କଳାକାର ଜୀବନର ଅବସାନ

62 0

ଭୁବନେଶ୍ବର :ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ଘଟିଛି ଘଟିଛି। ହାଇଦ୍ରାସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବିତ ହୋଇ ଚାଲିଥିଲାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି।

ଗତ ସନ୍ଧ୍ୟାରେ (ବୁଧବାର) ପିଣ୍ଟୁଙ୍କ ଲିଭର କାମ କରୁନଥିବା ନେଇ ଅଭିନେତା ଶ୍ରୀତମ ଦାସ ଜଣାଇଥିଲେ।ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଫେବ୍ରୁଆରି ୭ ତାରିଖରେ ପ୍ରଥମେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲିଆରି ସାଇନ୍ସ (ଆଇଏଲବିଏସ୍)କୁ ନିଆଯାଇଥିଲା। ସେଠାରେ ପରିବାରର ଡୋନରଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନ କରିବାରୁ ଡୋନର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଡୋନର ମିଳିନଥିଲା ଫଳରେ ତାଙ୍କୁ ଫେବୃଆରୀ ୨୫ରେ ହାଇଦ୍ରାବାଦର ଯଶୋଦା ହସପିଟାଲରେ ଭର୍ତ୍ତି କରାଯାଇଥିଲା।

କୋଇଲି ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ପାଦ ଦେଇଥିବା ପିଣ୍ଟୁ ନନ୍ଦ ରଙ୍ଗ ନମ୍ବର, ପ୍ରେମ ଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁ ଥା ଭଳି ଅନେକ ଚଳଚ୍ଚିତ୍ରରେ ସଫଳତାର ସହ ଅଭିନୟ କରିଥିଲେ। ଓଡ଼ିଆ ଆଲବମ୍‌ ଗୀତରେ ଅଭିନୟ କରି ସେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ। ହେ ଗୌରା… ଗୀତରେ ଅଭିନୟ ପାଇଁ ତାଙ୍କୁ ଦର୍ଶକ ଏବେ ବି ମନେ ରଖନ୍ତି।

Related Post