ଟିଟିଲାଗଡ :(ସଞ୍ଜୟ କୁମାର ନାୟକଙ୍କ) ରାଜ୍ୟ ସରକାରଙ୍କ ସଦାବେଳେ ଲୋକାଭିମୁଖୀ ଯୋଜନା ଏବେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ପାଲଟି ଥିବା ବେଳେ, ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରାମପଞ୍ଚାୟତର ଅମୃତ ସରୋବର ପରିଦର୍ଶନରେ ଆସିଥିଲେ ସେଣ୍ଟ୍ରାଲ ୱାଟର କମିଶନରର ଅଧିକାରୀ। ଏହି କମିଟିରେ ଇଇ ସିଡବ୍ଲୁସି ଶ୍ରୀ ଉପେନ୍ଦ୍ର ରଥ, ସାଇଣ୍ଟିଷ୍ଟ ଶ୍ରୀ ତରୁଣ ମିଶ୍ରଙ୍କ ସହ ଟିଟିଲାଗଡ଼ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ନବୀନ ନାଏକ ଏବଂ ଅନ୍ୟ ପଦାଧିକାରୀ। ଏହି ଅବସରରେ ଖୋଲାନ ସରପଞ୍ଚ ଶ୍ରୀ ନରେଶ ଅଗ୍ରୱାଲ ଆସିଥିବା ଅଧିକାରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିବା ପରେ ସରୋବର ନିକଟକୁ ପାଛୋଟି ନେଇଥିଲେ।ଆସିଥିବା ଅଧିକାରୀ ମାନେ ଅମୃତ ସରୋବରର କାମ ଦେଖି ସରପଞ୍ଚ ଶ୍ରୀ ଅଗ୍ରୱାଲ ଙ୍କୁ ଭୂୟସି ପ୍ରଶଂସା କରିଥିଲେ।
ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଅନ୍ତର୍ଗତ ଏହି ଅମୃତ ସରୋବର ଯୋଜନା ଅନ୍ୟତମ। କିଛି ଦିନ ପୂର୍ବରୁ ଜିଲ୍ଲାପାଳ ମଧ୍ଯ ପରିଦର୍ଶନ କରିଥିବା ବେଳେ ଜାନୁଆରୀ ୨୬ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ କରକମଳରେ ଦୁଇଟି ବୋଟର ଲୋକାର୍ପଣ ମଧ୍ଯ କରାଯାଇଥିଲା। ଏହି ଖୋଲାନ ଗ୍ରାମପଞ୍ଚାୟତର ଅମୃତ ସରୋବର ରାସ୍ତା କଡ଼ରେ ଥିବା ଯୋଗୁଁ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ଯାତ୍ରୀ ମଧ୍ଯ ଟିକିଏ ରହି ଏହାର ଉପଭୋଗ କରିବା ସହ ଆଇ ଲଭ୍ ଖୋଲାନ ଲେଖା ଥିବା ସେଲ୍ଫି ପଏଣ୍ଟରେ ଫଟୋ ଉଠାଉଥିବା ମଧ୍ଯ ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଯୋଜନାକୁ ଉଚିତ ଭାବରେ ଯଦି କାର୍ଯ୍ୟକାରୀ କରାଯାଏ ତାହେଲେ ଖୋଲ।ନ ଭଳି ଅନ୍ୟ ପଞ୍ଚାୟତର ଲୋକ ମଧ୍ଯ ଉପକୃତ ହୋଇପାରିବେ। ସରପଞ୍ଚ ନରେଶ ଅଗ୍ରୱାଲଙ୍କ ନେତୃତ୍ୱ ଏବଂ ଉଦଯୋଗି ମନୋଭାବ ଯୋଗୁଁ ଆଜି ଏହି ସଫଳତା ହାସଲ କରିପାରିଛନ୍ତି।