ଦିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦଯାପିତ

111 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡ଼ିଆରେ ଚାଲିଥିବା ଐତିହାସିକ ଦିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ରବିବାର ଉଦଯାପିତ ହୋଇ ଯାଇଛି।ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥିମାନେ ଗନ୍ଧରାଢୀ ପିଠରଐତିହାସିକ ପୃଷ୍ଠଭୂମି ଓ ଗାରିମା ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l

ମହୋତ୍ସବ କମିଟିର ସଭାପତି ଅଧିବକ୍ତା ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ, ସଂମ୍ମାନୀତ ଅତିଥିଭାବେ କଣ୍ଟାମାଲ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା, ବୌଦ୍ଧ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କଂହର,ବୌଦ୍ଧ ନଗରପାଳ ମୃତୁଞ୍ଜୟ ମିଶ୍ର, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଅଧ୍ୟାପକ ଡ଼ଃ ବନାମ୍ବର ପୃଷ୍ଟି ଯୋଗଦେଇ ଗନ୍ଧରାଢୀ ଲୋକ କଳା ମହୋତ୍ସବ କେବଳ ମହୋତ୍ସବ ନୁହେଁ କଳା, ସଂସ୍କୃତି ଓ ପରମ୍ପରାର ଏକ ସମ୍ପର୍କର ସେତୁ ଓ ହଜାର ହଜାର ବର୍ଷ ର ବିଲୁପ୍ର ହେବାକୁ ଯାଉଥିବା ପୁର୍ବ ଯଯାତୀ ନଗର ଆଜିର ଐତିହାସିକ ଗନ୍ଧରାଢୀ କୁ ସାରା ବିଶ୍ବରେ ପ୍ରଚାର ପ୍ରସାର ନିମନ୍ତେ ଆଜିର ଗନ୍ଧରାଢୀ ମହୋତ୍ସବ ଆୟୋଜନ କରିଥିବାର ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ମହୋତ୍ସବ କମିଟିର କୋଷାଧ୍ୟକ୍ଷ ନିରଞ୍ଜନ ଗିରି ସ୍ୱାଗତ ଭାଷଣ ଦେଇ ଥିବା ବେଳେ ଉପସଭାପତି ମନରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।ସାମ୍ବାଦିକ କ୍ଷେତ୍ରରେ ସୁଧାଂଶୁ ଶେଖର ମିଶ୍ର, ସତ୍ୟ ନାରାୟଣ ପାଣି, ସୀତାକାନ୍ତ ସିଂହ, ନବ କିଶୋର ମେହେର, ପ୍ରକାଶ ବାରିକ , ଦୀପକ ଅଦର, ସମାଜସେବା କ୍ଷେତ୍ରରେ ବିଶିକେଶନ୍ ପ୍ରଧାନ ସମେତ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତି ମାନଙ୍କୁ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ସିଆରସିସି ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ।ସର୍ବ ପ୍ରଥମେ ଅତିଥିମାନେ ମଞ୍ଚରେଥିବା ହର ଓ ହରି ଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଵଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହା ପରେ ସଙ୍ଗୀତ ନିର୍ଦ୍ଧେଶକ ବ୍ରହ୍ମା କୁମ୍ଭାରଙ୍କ ସଂଗୀତ ନିର୍ଦ୍ଦେଶନା ରେ ସ୍ୱାଗତ ସଙ୍ଗୀତ ଗନ୍ଧରାଢୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଗାନ କରିଥିଲେ।

ସଭା ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏଥିରେ ସାଂସ୍କୃତିକ କମିଟି ଅଧ୍ୟକ୍ଷ ସ୍ୱାଧୀନ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ lସଭା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଫୁଲବାଣୀ ନଟରାଜ କଲାପରିଷଡ ଦ୍ବାରା ଓଡିଶୀ ସମ୍ବଲପୁରୀ, ବରପଦର୍ ବଉଳି କଲା ପରିଷଦ ଦ୍ୱାରା ସମ୍ବଲପୁରୀ ଓ ଯାଇଫୁଲ ନୃତ୍ୟ, ଗନ୍ଧରାଢୀ କଳା ପରିଷଦ ବୌଦ୍ଧ ଦ୍ଵାରା ସମ୍ବଲପୁରୀ ନୃତ୍ୟ, କଲାଞ୍ଜଳି ବୌଦ୍ଧ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ପ୍ରଣାମ ବୌଦ୍ଧ ଦ୍ୱାରା ଢାପ, ଆଞ୍ଚଳିକ କଳାକାର ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କ ଦ୍ଵାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଜହ୍ନ।ପଙ୍କ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଜହ୍ନ।ପଙ୍କ, ଖଳିଗାଁ ପ୍ରାଥମିକ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ,ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଛାତ୍ର ଛାତ୍ରୀ ଦ୍ୱାରା ବିଭିନ୍ନ ସମ୍ବଲପୁରୀ ନୃତ୍ୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ପରିବେଶଣ କରିଥିଲେ। ଶ୍ରୀକାନ୍ତ ଛତ୍ରୀଆ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ lକାର୍ଯ୍ୟକ୍ରମକୁ ସଫଳ କରିବାରେ ଗନ୍ଧରାଢୀ ଲୋକ କଳା ମହୋତ୍ସବ ସମସ୍ତ କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ।ଦର୍ଶକ ମିନାବଜାର ଓ ବିଭିନ୍ନ ଖାଦ୍ୟରଭରପୁର ମଜା ନେଇଥିଲେ।୫ ଦିନ ଧରି ଚାଲିଥିବା ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ବିମଲ ଷ୍ଟୁଡ଼ିଓ ଦ୍ବାରା ସିଧା ପ୍ରସାରଣ ହେଉଥିଲା।ଏଥିରେ ବିମଲ ପ୍ରଧାନ, ଶରତ ଦୀପ ଓ ସହଯୋଗ କରିଥିଲେ।

Related Post

ପଶ୍ଚିମବଙ୍ଗ କାଳିଆଗଞ୍ଜ ର ନାଟ୍ୟଚକ୍ର କଳାକାରଙ୍କ କମାଲ

Posted by - December 26, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣି ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମ ବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ…

ପାର୍ବଣ ଅବକାଶ କବିତା ପାଠୋତ୍ସବ ଓ ଶିଳ୍ପୀ ସମ୍ବଦ୍ଧନା କାଯ୍ୟକ୍ରମ

Posted by - October 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ମଲ୍ଲୀକାପୁର ପଂଚାୟତସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁମାରପୂର୍ଣ୍ଣିମା ଅବସରରେ ପାର୍ବଣ ଅବକାଶ କବିତା ପାଠୋତ୍ସବ ଓ…

ଭେକେଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩ୟ ବାର୍ଷିକ ଉତ୍ସବ

Posted by - December 26, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଦୋଗଡାସ୍ଥିତ ଭେକେଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩ୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସପାଲ ଅଭିନ୍ନ କୁମାର…

ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

Posted by - January 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଯାଜପୁର ସହରରେ କୋରନା ସମ୍ପର୍କରେ ଲୋକଙ୍କୁ…

ଓମ ସାଇ ଡ଼୍ୟାନ୍ସ ଗ୍ରୁପର ମହାଲଷ୍ମୀ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - December 9, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରକ୍ଷାକାଳୀ ମନ୍ଦିର ନିକଟସ୍ଥ ଓମ ସାଇ ଡ଼୍ୟାନ୍ସ ଗ୍ରପର ମହାଲଷ୍ମୀ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରୁପର ସଭାପତି…