Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଟିଟିଲାଗଡ ଠାରେ ଲାୟନ୍ସ କ୍ଲବର ଦୁଇ ଦିନିଆ ୩୨ ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

42 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ 322C2 ର ବାର୍ଷିକ ସମ୍ମିଳନୀ ଚଳିତ ବର୍ଷ ଟିଟିଲାଗଡ ଠାରେ ଆୟୋଜିତ ହୋଇଯାଇଛି। ଲାୟନ୍ସ କ୍ଲବ ଟିଟିଲାଗଡର ଆୟୋଜକତାରେ ସ୍ଥ।ନୀୟ ଡିଏନ ରିସର୍ଟ ଠାରେ ଏହି ଦୁଇ ଦିନିଆ ବାର୍ଷିକ ସମ୍ମୀଳନୀରେ ୪୯ ଟି କ୍ଲବରୁ ୪୧୩ ସଦସ୍ୟ ଆସି ପଞ୍ଜିକରଣ କରାଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜିତେନ୍ଦ୍ର ସିଂ ଚୌହାନ ଏବଂ ତାଙ୍କ ପତ୍ନି ବବିତା ସିଂ, ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ 322C2 ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲ ଏବଂ ସପତ୍ନୀ ସ୍ୱାତି ଗୋୟଲ ଯୋଗ ଦେଇଥିଲେ। କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନ ଚାରିଟା ସମୟରେ ସ୍ଥାନୀୟ ବିଆରସି ବିଲ୍ଡିଂ ଠାରୁ ଡି ଏନ ରୀସର୍ଟ ଯାଏଁ ଏକ ବିରାଟ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରର ବିଶେଷ ଆକର୍ଷଣ ଥିଲା ଘୋଡ଼ା ନାଚ, ଡିଯେ ସାଉଣ୍ଡ ସିଷ୍ଟମ, ରଙ୍ଗ ବୀରଙ୍ଗି ଫୋଟକା ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା କ୍ଲବ ସଦସ୍ୟ ଓ ସଦସ୍ୟା ମାନେ ଶାନ୍ତିର ବାର୍ତା ଦେବା ପାଇଁ ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ।

ଡିଏନ ରିସର୍ଟ ଠାରେ ପହଞ୍ଚିବା ପରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା, ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦିତୀୟ ଦିନ ଅର୍ଥାତ ଉଦଯାପନୀ ଉତ୍ସବରେ ଆସନ୍ତା ବର୍ଷ ପାଇଁ ପ୍ରାର୍ଥୀଙ୍କ ଚୟନ ଏବଂ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ନିର୍ବାଚିତ ହୋଇ ଆଗାମୀ ଡିଜି ହେବେ ପ୍ରବୀଣ ଅଗ୍ରୱାଲ, ଭିଡିଜି ୱାନ ହେଲେ ପ୍ରଦୀପ ବଂଶଲ, ଭିଡିଜି ଟୁ ମମତା ଗୌତମ। ଫଳାଫଳ ଘୋଷଣା କରିଥିଲେ ପିଏମସିସି ସଦସ୍ୟ ଶ୍ରୀ ସଞ୍ଜୟ ସାହୁ। ଏହି ସମ୍ମିଳନିରେ 322C2 ର ସମସ୍ତ ପୂର୍ବତନ ଡିଜି ମାନେ ଯୋଗ ଦେଇଥିଲେ।ଏହି ସମ୍ମିଳନୀକୁ ସଫଳ କରାଇବାରେ ସମ୍ମିଳନୀ ଚେୟାରମେନ ଶମ୍ଭୁ ପ୍ରସାଦ ଗୋୟଲ, କ୍ଲବ ସଂପାଦକ ଶୈଳେଶ ଗୋୟଲ, କ୍ଲବର ସର୍ଭିସ ଚେୟାର ପର୍ସନ ସଞ୍ଜୟ ନାୟକ, ସଦସ୍ୟ ସୌରଭ ସାହୁ, ଡ ଘନଶ୍ୟାମ ଜୈନ, ଦୀପକ ପୃଷ୍ଟି,ସନ୍ତୋଷ ମହାନ୍ତି, ରାକେଶ ଜୈନ, ଅଜିତ ପାତ୍ର, ସୁଜିତ ଚୌଧୁରୀ, ରାମ ଗୋପାଳ ଚୌଧୁରୀ, ସତ୍ୟ ନାରାୟଣ ଶର୍ମା, ଈଶ୍ୱର ଜୈନ, ହଂସରାଜ ଜୈନ, ଆଶିର୍ବାଦ ମହାପାତ୍ର, ଜିତେନ ପଟ୍ଟନାୟକ, କେ ତ୍ରିନାଥ ରାଓ, ଗୋପାଳ ଲାଠ, ଲଳିତା ଲାଠ, ଶ୍ରୀ ରତ୍ନାକର ସାହୁ,ଶ୍ରୀମତୀ ମିନାକ୍ଷୀ ସାହୁ, ବିନ୍ଦୁ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ସମସ୍ତ ପ୍ଲାନ ଏବଂ ସୁନ୍ଦର ପରିଚଳନା କରିଥିଲେ ଟିଟିଲାଗଡ ଆୟୋଜନ ୱେଡୀଙ୍ଗ ଏଣ୍ଡ ଇଭେଣ୍ଟର ପରିଚାଳକ ନିହାର ରଞ୍ଜନ ପାଣ୍ଡିଆ ।

Related Post

ଗଡଜାତ ଅଞ୍ଜଳର ନୁଆଖାଇ

Posted by - September 5, 2022 0
ଏତିହ୍ୟ , ସଂସ୍କୃତି , ପରମ୍ପରା ଓ ଭାଇଚାରାର ପର୍ବ ନୁଆଖାଇ । ତେବେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ତିନୋଟି ପର୍ଯ୍ୟାୟରେ ନୁଆଖାଇଥାନ୍ତି । ପ୍ରଥମେ ଭାଦ୍ରବ…

ଅଂଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - November 27, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ହରିପୁର ସ୍କୁଲ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ଅଂଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଜଶୋଦା ଅନାଥାଶ୍ରମ ରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଦିନ ପାଳନ

Posted by - September 18, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)  ଭାରତୀୟ ଜନତା ପାର୍ଟି ଧର୍ମଗଡ ନଗର ମଣ୍ଡଳ ତରଫରୁ ଯଶୋଦା ଅନାଥ ଆଶ୍ରମ ଠାରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଭାରତ…

ଧନୁପାଲି ସମନ୍ୱୟ ନାଗରିକ କମିଟି ପୁନଃଗଠିତ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ଧନୁପାଲି,ଭତ୍ରା,ଗୋବିନ୍ଦତୋଳା ଓ ପୁଟିବନ୍ଧ ର ନାଗରିକ ମାନଙ୍କୁ ଙ୍କୁ ନେଇ ଗଠିତ ନାଗରିକ ସମନ୍ୱୟ ସମିତି…

ବୌଦ୍ଧ ଏନ. ଏ. ସି. ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ

Posted by - August 31, 2021 0
ବୌଦ୍ଧ:୩୧/୮(ଚିତ୍ତରଞ୍ଜନ ସିଂ) :ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପ୍ରାତଃ ଘ. ୪.…