Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଆଗାମୀ ମାର୍ଚ୍ଚ ୧୫ ରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ହେବେ ବୌଦ୍ଧ ଜିଲ୍ଲାର ସମସ୍ତ ଡ଼୍ରାଇଭର

61 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ଓଡ଼ିଶା ର ସମସ୍ତ ଡ଼୍ରାଇଭର ସଂଘ ବାରମ୍ବାର ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ କରୁଥିବା ବେଳେ କର୍ଣ୍ଣପାତ କରୁନାହାନ୍ତି ସରକାର।ତେଣୁ ସମସ୍ତ ଡ଼୍ରାଇଭର ସଂଘ ସରକାରଙ୍କ ବୈମାତୃକ ମନୋଭାବର ଜବାବ୍ ଦେବା ପାଇଁ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ ଠାରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଓଡ଼ିଶା ଡ଼୍ରାଇଭର ମହାସଂଘ ର ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଭଳିଆପଦର ମାହେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ ରେ ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନକୁ କିପରି ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ପାଳନ କରାଯିବା ସେହି ଉପରେ ଆଲୋଚନା ହୋଇଥିବା ବେଳେ ଦୈନନ୍ଦିନ ଜୀବନ ଜୀବିକା ତଥା କ୍ଷୀର ଗାଡି, ସ୍କୁଲ ଗାଡି ,ପୋଲିସ ସେବା,ଅଗ୍ନି ସେବା ,ଓ ସମସ୍ତ ଜରୁରୀକାଳୀନ ସେବା କୁ ଏହି ଆନ୍ଦୋଳନ ରୁ ବାଦ୍ ଦେବାକୁ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ଓଡ଼ିଶା ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ବିପିନ ବିହାରୀ ବ୍ରହ୍ମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସୁଜିତ୍ କୁମାର ସ୍ବାଇଁ ସମ୍ପାଦକ,ସୁଶାନ୍ତ ହୋତା ସହ ସଂପାଦକ,ବିଶ୍ଵାମିତ୍ର ବିଶି କୋଷାଧକ୍ଷ ଯୋଗ ଦେଇଥିଲେ।ଅନ୍ୟପଟେ ଓଡ଼ିଶା ମୋଟର ଚାଳକ ସଂଘ ର ରାଜ୍ୟ କମିଟି ମେମ୍ବର ଆସ୍ତିକ ନାୟକ ,ସଞ୍ଜୟ କୁମାର ନାୟକ ସଭାପତି ,ମହାଦେବ ବେହେରା ସମ୍ପାଦକ,ରାଜେଶ୍ କୁମାର ମେହେର କୋଷାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।କଣ୍ଟାମାଳ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ,କୁଷଲେଶ୍ୱର ସେଲମା କୋଷାଧ୍ୟକ୍ଷ,ବିକ୍ରମ ସାହୁ ଉପଦେଷ୍ଟା ସାମିଲ ଥିବା ବେଳେ କଣ୍ଟାମାଳ ବ୍ଲକ ର ସମସ୍ତ ଡ୍ରାଇଭର ଭାଇ ମାନେ ଯୋଗ ଦେଇ ଆନ୍ଦୋଳନ କୁ ସଫଳ କରିବା ପାଇଁ ଶପଥ ପାଠ କରିଥିଲେ l

Related Post

ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ

Posted by - December 7, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟରେ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ୪୦ ଦିନିଆ ସ୍ୱତନ୍ତ୍ର ଅଭିଯାନ। ଏହି କ୍ରମରେ…

ଶିକାରୀ ଗୁଳିରେ ଶିକାରୀ ମୃତ : ଆସାମୀକୁ ଅଟକ ରଖି ପୋଲିସର ଜେରା

Posted by - July 1, 2022 0
ବୌଦ୍ଧ :(ଚିତରଞ୍ଜନ ସିଂ) ଜଙ୍ଗଲ କୁ ଶିକାର କରିବାକୁ ଯାଇ ଶିକାରି ବନ୍ଧୁକ ଗୁଳିରେ ଶିକାରି ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର

Posted by - September 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର…

ଧର୍ମଗଡ଼ ଏନଏସିର  ନିଜସ୍ଵ ୱେବ ସାଇଡ଼ ଲୋକାର୍ପିତ 

Posted by - May 20, 2022 0
ଧର୍ମଗଡ: ୧୯•୫୨୦୨୨(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ଏ ନଏସି  କାର୍ଯ୍ୟାଳୟ ଠାରେ ଧର୍ମଗଡ ଏ ନଏସି ର ନିଜସ୍ୱ ୱେବ ସାଇଟ ଲୋକାର୍ପିତ ହୋଇଯାଇଛି।ଏହି ୱେବ ସାଇଡ଼…