ଏହି ସାତଟି ଉପାୟ ଦେବ କରଜରୁ ମୁକ୍ତି

37 0

ସଭିଏଁ ନିଜ ପରିବାର ପାଇଁ ତଥା ନିଜ ପାଇଁ ପରିଶ୍ରମ କରି ଟଙ୍କା ରୋଜଗାର କରିଥାଆନ୍ତି। ଘରେ ସୁଖସମୃଦ୍ଧି ପାଇଁ ସର୍ବଦା ଚେଷ୍ଟା କରିଥାଆନ୍ତି। ମାତ୍ର କେତେକ ସମୟରେ ଅଧିକ ପରିଶ୍ରମ ପରେ ମଧ୍ୟ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଭାବ ଲାଗି ରହିଥାଏ। ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ଏହାସହ କରଜ ସମସ୍ୟା ଲାଗି ରହିଥାଏ। କିଛି ବାସ୍ତୁ ଦୋଷ କାରଣରୁ ଏହି ସମସ୍ୟା ଲାଗି ରହିଥାଏ। ଶାସ୍ତ୍ରରେ ଏଭଳି କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, କରଜ ସମସ୍ୟା ଲାଗି ରହୁଥିଲେ, ଏଥିରୁ ମୁକ୍ତି ପାଇଁ ମଙ୍ଗଳବାର ଖୁବ ଫଳପ୍ରଦ। ମଙ୍ଗଳବାର ଦିନ କରଜ ଆଣିଥିବା ବ୍ୟକ୍ତିଙ୍କୁ ଟଙ୍କା ଫେରାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ।ଘରର ଗାଧୁଆଘର ସଠିକ ଦିଗରେ ହେବା ନିତାନ୍ତ ଆବଶ୍ୟକ। ଘରର ଗାଧୁଆଘର କଦାପି ଦକ୍ଷିଣ-ପଶ୍ଚିମ ଦିଗରେ କରନ୍ତୁ ନାହିଁ। ଏହାଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।ବାସ୍ତୁ ଅନୁଯାୟୀ, ଆର୍ଥିକ ସମସ୍ୟା ଦୂର ପାଇଁ ଘରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ଉତ୍ତର ଦିଗରେ ମା’ଲକ୍ଷ୍ମୀ ଓ କୁବେରଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ। ଖୁବ ଶୀଘ୍ର କରଜରୁ ମୁକ୍ତି ମିଳିବ।

ବାସ୍ତୁ ଅନୁଯାୟୀ , ଘରର ଆଲମିରା କରଜରୁ ମୁକ୍ତି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହାକୁ ସର୍ବଦା ଉତ୍ତର ଦିଗରେ ହିଁ ରଖନ୍ତୁ।ଘରର କିମ୍ବା ବ୍ୟବସାୟ କ୍ଷେତ୍ରରେ କାନ୍ଥ କଦାପି ଗାଢ ନୀଳ ରଙ୍ଗର କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ସହ କରଜ ସମସ୍ୟା ଲାଗି ରହିଥାଏ।ଖାଦ୍ୟ ସେବନ ପରେ ତୁରନ୍ତ ଅଇଁଠା ଉଠାଇବା ସହ ଏହି ବାସନକୁ ମାଜି ଦିଅନ୍ତୁ। ଅଇଁଠା ବାସନ ଆଦୌ ଅଧିକ ସମୟ ଯାଏଁ ପକାଇ ରଖନ୍ତୁ ନାହିଁ। ରୋଷେଇ ଘରେ ବାସନ ପକାଇ ରଖିବା ଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।

Related Post

ରିଷ୍ଟଖଣ୍ଡନ ପାଇଁ ଛୁଆମାନକୁ କୁକୁର ସହିତ ବାହାଘର

Posted by - February 25, 2020 5,143
ଅମୟୁରଭଞ୍ଜ:( ସୀତାରାମ ଦୀକ୍ଷିତ)ଅନେକ ବାହାଘର ଦେଖିଥିବେ ଆଉ ଭୋଜିଭାତ ଖାଇବି ଥିବେ । ଆଜି ଆପଣଙ୍କୁ ଏମିତି ଏକ ବାହାଘରକୁ ନେଇଯିବୁ ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ…

ଭୁବନେଶ୍ବରରେ ୪୬.୮୬% ମତଦାନ

Posted by - April 25, 2019 0
ସରକାରଙ୍କ ସବୁ ସୁବିଧା ସୁଯୋଗ ଯେଉଁ ଲୋକ ପାଉଛନ୍ତି ସେମାନେ ‌ହିଁ ସରକାରଙ୍କୁ ଭୋଟ୍‌ ଦେଉନାହାନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ‌ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ…

ମୋବାଇଲ ଚୋର ?

Posted by - December 7, 2019 0
ଭୁବନେଶ୍ୱର:(ରମେଶ ରଥ)କିଛି ଦିନ ତଳର ଘଟଣା ଟ୍ରେନ୍ ଭିତରେ ଗୋଟିଏ ଲୋକକୁ ଯାତ୍ରୀମାନେ ମିଶି ପିଟୁଥାନ୍ତି । ଲୋକ ଜଣକ କୁଆଡେ ଜଣେ ମହିଳାଯାତ୍ରୀଙ୍କ ମୋବାଇଲ ଚୋରି…

ଚାଇନା “ଟିକଟକ” କୁ ଟକ୍କର ଦେବ ଭାରତୀୟ “ମିଟ୍ରୋନ”

Posted by - May 28, 2020 1,772
ଭୁବନେଶ୍ବର :ଟିକଟକର ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଭାରତରେ ଏକ ସ୍ୱଦେଶୀ ଆପ୍ ଲଞ୍ଚ ହୋଇଛି। ଯାହାର ନାମ ମିଟ୍ରନ୍ ରଖାଯାଇଛି । ବିଶେଷ କଥା ହେଉଛି ବହୁ…

ନିଜେ ବଞ୍ଚିଲେ ବାପା ର ନାଁ, ପଢନ୍ତୁ ସୁନ୍ଦର ଗପ ଟିଏ

Posted by - May 19, 2020 1,470
ଭରପୂର ଘର। ସବୁକିଛି ଠିକ୍ ଠାକ୍ ଚାଲିଥିଲା।ହଠାତ୍ ଛାତିରେ ଭୀଷଣ କଷ୍ଟ ହେଲା। କେହି କିଛି ବୁଝିବା ଆଗରୁ ଦେବବ୍ରତର ଶେଷ ନିଶ୍ୱାସ ଉଡ଼ିଗଲା। ଭରା ଯୌବନ…