ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଶ୍ରୀ ଦଧିବାମନ ଏବଂ ଧବଳେଶ୍ୱର ଟ୍ରଷ୍ଟ ତରଫରୁ ଟିଟିଲାଗଡ ଠାରେ ଆୟୋଜିତ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ୧୮ ତାରିଖରେ ଜାଗର ଯାତ୍ରା ଏବଂ ୨୩ ତାରିଖରେ ଅନୁଷ୍ଠିତ ହେଉଥିବା ନାମାଯଜ୍ଞ ଓ ପୂଜାରେ ପୂର୍ଣ୍ଣାହୁତି ପଡ଼ିବା ପରେ ସମ୍ପନ୍ନ ହୋଇଛି।
୨୦୨୧/୨୨ କରୋନା ମହାମାରୀ ଯୋଗୁଁ କେବଳ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଥିଲା କିନ୍ତୁ ସଂକ୍ରମଣ ଦୃଷ୍ଟିରୁ ମହାଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇନଥିଲା। ଚଳିତ ବର୍ଷ ପ୍ରଭୁ ଧବଳେଶ୍ୱରଙ୍କ କୃପାରୁ ମେଳା ମଧ୍ଯ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ କିଛି ନୁଆ ପ୍ରକ୍ରିୟା ଲାଗୁ ହୋଇଥିଲା, ଯାହାକି ଷ୍ଟଲ ଆବଣ୍ଟନ ସମୟରେ ଅନଲାଇନ ମାଧ୍ୟମରେ ଟ୍ରଷ୍ଟ ନାଁରେ ସିଧାସଳଖ ଟଙ୍କା ସଂଗ୍ରହ ହୋଇଥିଲା। ୧୮ତାରିଖରୁ ୨୩ ତାରିଖ ଛ ଦିନ ବ୍ୟାପି ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ବଲାଙ୍ଗିର ଏସ ପି ଶ୍ରୀ ନୀତିନ କୁସଲକର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟିଟିଲାଗଡ ଏସଡିପୀଓ ଶ୍ରୀମତି ଅଙ୍କିତା କୁମ୍ଭ।ର, ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହା ଏବଂ ତାଙ୍କର ପୋଲିସ ବାହୀନି ଏବଂ ବାହାରୁ ଆସିଥିବା ଫୋର୍ସ ଜରିଆରେ ବିନା ଗଣ୍ଡଗୋଳ, ବିନା ଚୋରି, ବିନା ଦ୍ବନ୍ଦରେ ଯାତ୍ରା ସମ୍ପନ୍ନ କରିବାରେ ସକ୍ଷମ ହୋଇଛନ୍ତି। ଯାହାକି ଏବେ ଟିଟିଲାଗଡ ସହରରେ ଥାନାଧିକାରୀ ଚର୍ଚ୍ଚାର ବିଷୟ ହୋଇଛି।
ଏତିକି ଭିଡ ଭିତରେ ମଧ୍ଯ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା କରଯାଇଥିଲା। ଏଥର ମେଳାର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗ ବିରଙ୍ଗି ଆକାଶ ଦୋଳି,୧୦୦ ଟଙ୍କିଆ ରାଜସ୍ଥାନୀ ଚୁଡ଼ି, ଖାଦ୍ୟରେ ମହଙ୍ଗା ମାଡ ହୋଇଥିଲା ଗୋଟିଏ ଠୁଙ୍କ ପୁରୀର ଦାମ ୮୦ ଟଙ୍କା। ସେହିପରି ପ୍ରହରୀ ସଙ୍କୀର୍ତ୍ତନ ନାଚି ଆସୁଥିବା ଲୋକଙ୍କ ପାଇଁ ଭଣ୍ଡାର ଗୃହରେ ସୁସ୍ୱାଦୁ ଭୋଗ ପରିବେଷଣ କରାଯାଇଥିଲା। ଗୋଟିଏ ସ୍ଥାନରେ ଖାଲି ଅଶାନ୍ତି ହୋଇଥିଲା ଯାହାକି ଚେକ ମାଧ୍ୟମରେ ସଙ୍କୀର୍ତ୍ତନ ମଣ୍ଡଳୀ ପାଉଣା ନେବାରେ ଅନାଗ୍ରହ କରିଥିଲେ। ଆଗାମୀ ବର୍ଷ ଏ ଦିଗରେ ଧ୍ୟାନ ଦେବାକୁ କମିଟି ପକ୍ଷରୁ ଟ୍ରଷ୍ଟ ସଭାପତିଙ୍କୁ ଅନୁରୋଧ କରାଯାଇଛି। ସମସ୍ତ ପଦାଧିକାରୀ ତହସିଲଦାର ଶ୍ରୀ ପ୍ରେମଲାଲ ହିୟାଲ, ସହାୟକ ଜିଲ୍ଲାପାଳ ଡ଼ ଲଳିତ ବାଗ, ଲୋକ ସୁଚନା ଓ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ଓ କମିଟି ସଦସ୍ୟଙ୍କ ସହଯୋଗ କ୍ରମେ ଶାନ୍ତି ଶୃଙ୍ଖଳାରେ ଚଳିତ ବର୍ଷ ଜାଗରଯାର୍ତ୍ରା ଓ ମହାଶିବରାତ୍ରୀ ମେଳା ସମ୍ପନ୍ନ ହୋଇଛି।