ରାଇରଙ୍ଗପୁର ପ୍ରିମିୟର ଲିଗ୍ ଉଦଯାପିତ

30 0

ମୟୂରଭଞ୍ଜ :ରାଇରଙ୍ଗପୁର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁଣ୍ଣାମେଣ୍ଟ ରାଇରଙ୍ଗପୁର କଚେରୀ ଷ୍ଟାଡିୟମ୍ ଠାରେ ଉଦଯାପିତ ହୋଇଛି । ମୁଖ୍ୟ ଅତିଥି ରୂପେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଶିଳ୍ପପତି ସଚିନ ଅଗ୍ରୱାଲ,ବୟୋଜେଷ୍ଠ ପ୍ରଦୀପ ପଟ୍ଟନାୟକ,ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି,ବିଜେଡି ରାଇରଙ୍ଗପୁର ନଗର ସଭାପତି ପଞ୍ଚୁ ଲୋହାର ଓ ଅମିତ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ । ୨୩ ତାରିଖରେ ଫାଇନାଲ ଖେଳ ହୋଇଥିଲା |ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ମହାସଂଗ୍ରାମ XI ,ୟୁଥ୍ ଷ୍ଟାରସ୍,ଏଭେନଜରସ୍,ଶିମିଳିପାଳ ଟାଇଗରସ୍,ରାଇରଙ୍ଗପୁର ବୋଲ ବୁସଟରସ୍,ଜିଆର୍ ଏକ୍ସିଲେଣ୍ଟ,ଲୋକାଲ ଟାଇଗରସ୍,ଏସ୍ ଏସ୍ ଚେଲେନଜାରସ୍ କାନାପାଟ,ଜୟ ଜଗନ୍ନାଥ 11 ଓ ବାପୁନ XI |ଆଜିକାର ଫାଇନାଲ ମ୍ୟାଚ୍ ମହାସଂଗ୍ରାମ XI ସହିତ ସିମିଳିପାଳ ଟାଇଗରସ୍ ସଙ୍ଗେ ହୋଇଥିଲା |ଏ

ଥିରେ ସିମିଳିପାଳ ଟାଇଗରସ୍ ୧୦ ୱିକେର୍ଟରେ ୭୯ ରାନ୍ କରିଥିବା ବେଳେ ବିପୋକ୍ଷ ଦଳ ମହାସଂଗ୍ରାମ XI ୭ ୱିକେଟ୍ ରେ ୮୦ ରାନ୍ କରି ଜୟଯୁକ୍ତ ହୋଇଥିଲା |ଉକ୍ତ କ୍ରୀଡାରେ Best Bats man କୃତି ସୁନ୍ଦର ପାଢୀ, Best Baller ଜଗଦାନନ୍ଦ ଗିରି,Man of the Series ରିତୁନ ମହାନ୍ତ,Best Wicket Keeper ରାଜୁ ମହାନ୍ତ,Best Coach ମୃତ୍ୟୁଜୟ ଗିରି ଓ Super Striker of the tournament ଅଭିଶେକ କାଲ୍ଲା ପ୍ରମୁଖ ଭାବେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା |

ଏଥିରେ ରାଇରଙ୍ଗପୁର ପ୍ରମିୟର ଲିଗ୍ ର ଅଧକ୍ଷ ଅମିତ ସିଂ ମୋଦକ,ସଭାପତି ହରି ଶଙ୍କର ବେହେରା ,ଉପସଭାପତି ଦେବାଶିଷ ମହାନ୍ତ,ସଂପାଦକ ସୌମିକ ଦାସ କାନୁନଗୋ,ଡିଓପି ସହ କୋଷାଧକ୍ଷ ଅମନ ମହାନ୍ତି ତଥା କାର୍ଯ୍ୟକାରୀ ସଦସ୍ୟ ଅମରେସ ବେହେରା,ବିଜନ ବରାଳ,ବିଜୁ ଜେନା,ଅଶୋକ ଜେନା ,ରଂଜନ ମହାନ୍ତ,ଅମରେଶ ବେହେରା ଓ ଦିପ୍ତି ରଂଜନ ନାୟକ ପ୍ରମୁଖ ସାହାଯ୍ୟ ଓ ସହଯୋଗ କରୁଅଛନ୍ତି |ଉକ୍ତ କ୍ରୀଡାକୁ ଦେଖିବାପାଇଁ ରାଇରଙ୍ଗପୁର ତଥା ପାଖପାଖ ଅଞ୍ଚଳର ବହୁ କ୍ରୀଡାପ୍ରେମୀ ଷ୍ଟାଡିୟମ୍ ପଡିଆଠାରେ ପ୍ରବଳ ଭିଡ ଜମାଇଥିଲେ |ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Related Post

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

Posted by - July 10, 2022 0
ବୌଦ୍ଧ 🙁 ଚିତ୍ତରଂଜନସିଂ) ହରଭଙ୍ଗାବ୍ଲକ ସ୍ଥିତ କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେବା ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ବିଇଓ ଦେବରାଜ…

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 5, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ…

ଆମ ଗାଁ ଆମ ତହସିଲ ଦ୍ୱାରା ପଟ୍ଟା ବଣ୍ଟନ ଓ ଜମି ଜମା ର ସମାଧାନ

Posted by - December 30, 2021 0
ମାଥିଲି:(ଅବଦୁଲ ଗନି)ବୁଧବାର ଦିନ ମାଲକାନଗିରି ଜିଲ୍ଲା ମାଥିଲି ତହସିଲ ଅନ୍ତର୍ଗତ କିଆଙ୍ଗ ଆର. ଆଇ. ସର୍କଲ ର କର୍ତ୍ତନ ପାଲି ଓ କିଆଙ୍ଗ ଗ୍ରାମ ପଂଚାୟତ ରେ…

ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ

Posted by - April 26, 2020 0
ବାରିପଦା:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବ।ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି। ତେବେ ପୌରାଣିକ କିମ୍ବଦନ୍ତୀ…

ପୁରୁଣା ପେନଶନ ଦାବିରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

Posted by - April 25, 2022 0
ସୋନପୁର : (ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ ସଭାପତି ଦାମୋଦର ପଣ୍ଡା ଙ୍କ…