ଟିଟିଲାଗଡ : (ସଞ୍ଜୟ କୁମାର ନାୟକ ) ବିଦ୍ୟୁତ ବିଭାଗର ବିଭିନ୍ନ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଥିବା ଯୋଗୁଁ ଲୋକେ ହଇରାଣ ହେଉଥିଲେ। ଏହାକୁ ଆଖି ଆଗରେ ରଖି ଲୋକଙ୍କ ନିମନ୍ତେ ହିନ୍ଦି ହାଇସ୍କୁଲ ନିକଟରେ ଥିବା କାର୍ଯ୍ୟଳୟ ପରିସରରେ ଟିପିଓଡବଲୁ ତରଫରୁ ଦୁଇଟି ନୂତନ କୋଠରୀର ଉଦଘାଟନ କରିଥିଲେ ମୁଖ୍ୟ କାର୍ଯ୍ୟ ସେବା ଅଧିକାରୀ ସୁମିତ ଘୋଷ, ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ନାୟକ, ଟିଟିଲାଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ ବିପିନ ଦୀପ, ବିଦ୍ୟୁତ ବିଭାଗର ଏସ ଡି ଓ ଶ୍ରୀ ବିନାୟକ ରାଉତ ଉପସ୍ଥିତ ଥିଲେ।
ଏହି ଦୁଇଟି କାର୍ଯ୍ୟ।ଳୟ ଅତ୍ୟାଧୁନିକ ଢାଞ୍ଚାରେ ତିଆରି ହେବା ସହ ଲୋକଙ୍କୁ ସେବା ଯୋଗାଇବାରେ ସୁବିଧା ହେବା ସହ କର୍ମଚାରୀ ମାନଙ୍କ ପାଇଁ ଭଲ ବ୍ୟବସ୍ଥା ରହିଛି। କାର୍ଯ୍ୟ କରିବାକୁ ଆସୁଥିବା କର୍ମଚାରୀ ବାଇୟୋ ମେଟ୍ରିକ ବ୍ୟବସ୍ଥାରେ ନିଜର ଉପସ୍ଥିତି ଜାହିର କରିବେ। ସବୁ ଅନଲାଇନ ମାଧ୍ୟମରେ ସ୍ଥିତି ନିରୀକ୍ଷଣ,ଅଭିଯୋଗ ଇତ୍ୟାଦି କରିହେବ ବୋଲି ଏସ ଡି ଓ ବିନାୟକ ରାଉତ ସୂଚନା ଦେଇଛନ୍ତି ।