ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ସଦର ବ୍ଲକ ଖୁନ୍ତବନ୍ଧ ପଞ୍ଚାୟତ ଜହ୍ନlପଙ୍କ ଠାରେ ଫାଣ୍ଡି ଗୃହ ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ମାନ୍ୟବର ଜଙ୍ଗଲ ଓ ପରିବେଶ, ପଂଚାୟତ ରାଜ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷି ଅଧିକ୍ଷକ ରାଜ୍ ପ୍ରସାଦ ,୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ। କଳ୍ପନା ରାଣୀ ସାହୁ ,ସ୍ଥାନୀୟ ସରପଞ୍ଚ ଭାରତୀ ପୁରହିତ ଉପସ୍ଥିତ ଥିଲେ ।
ଏଥିରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକ, ଫାଣ୍ଡି ଅଧିକାରୀ କୁମୁଦ ଭୋଇ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହିତ ପୂର୍ବତନ ସରପଂଚ ବିଦ୍ୟାଧର ସ୍ୱାଇଁ, ପୂର୍ବତନ ବୌଦ ବ୍ଲକ ଉପାଧକ୍ଷ ମନୋରଞ୍ଜନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ଜହ୍ନlପଙ୍କ ଗ୍ରାମ୍ୟ ସଭାପତି ଶାନ୍ତନୁ ଜେନା, ସ୍ଵାଧୀନ ପ୍ରଧାନ,ପାର୍ଥ ପ୍ରଧାନ, ଗଣ୍ଡlରମ୍ ପ୍ରଧାନ, କିରଟୀ ପ୍ରଧାନ, କୁନୁ ବାରିକ , ଅରୁଣ ରଣା, ବିଭୀଷଣ ପ୍ରଧାନ, ପଞ୍ଚlନନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l