କଳାହାଣ୍ଡି :(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ ସମୟରେ ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପ କରାଯିବା ପାଇଁ ଏକ ସ୍ବତନ୍ତ୍ର ଓ ସମ୍ପୂର୍ଣ୍ଣ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ କହିଛନ୍ତି ।
ତାଙ୍କ ଗସ୍ତ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିରେ ନିର୍ମିତ ମରାମପୁର ଶ୍ରୀ ରାମ କଲ୍ୟାଣ ମଣ୍ଡପ ଉଦଘାଟନ, ରିଷିଡା ମିନି ଷ୍ଟାଡିୟମ, ହରପ୍ରିୟା ଆଗ୍ରୋ ଏଣ୍ଡ ରିଫେକ୍ଟ୍ରୀ, ଦୁର୍ଗାମାଧବ ହାଇସ୍କୁଲ୍ ପଡ଼ିଆ, ରିଷିଡା ସାଗର, ଭାନପୁର ଏବଂ ନର୍ଲା ବୃହତ ଜଳାଶୟ ପ୍ରମୁଖ ସ୍ଥାନ ପରିଦର୍ଶନ କରିଥିଲେ। ବେଲଖଣ୍ଡିର ଐତିହାସିକ ଶୈବପୀଠ ପରିଦର୍ଶନ କରି ଜିଲ୍ଲର ପ୍ରମୁଖ ଦର୍ଶନୀୟ ସ୍ଥାନ କରାଯିବା ପାଇଁ ସମସ୍ତଙ୍କ ଚେଷ୍ଟା ଏବଂ ଆନ୍ତରିକତା ରହିବା କଥା ବୋଲି ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ନୂତନ ପ୍ରକଳ୍ପ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ହାତକୁ ନେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅବସରରେ ମାନ୍ୟବର ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ବେଶା ରେଡ୍ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସଚିନ ପାଓ୍ବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ଅବିନାଶ ଠାକୁର, ବ୍ଳକ ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପନିର୍ଦେଶକ ଯୋଜନା ଏବଂ ସମନ୍ବୟ ବିଭାଗ ତଥା ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।