ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ଜିଲ୍ଲା ସ୍ତରରେ ହକି ଖେଳ ର ବହୁଳ ପ୍ରଚାର ପ୍ରସାର ତଥା ଲୋକାଭିମୁଖୀ କରିବା ପାଇଁ ବିଶ୍ଵକପ ହକି ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ କୁ ଜିଲ୍ଲାପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗରେ ସଫଳ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି l
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ସାମ୍ବାଦିକ,ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ଟ୍ରଫି ପରିକ୍ରମା କାର୍ଯ୍ୟକ୍ରମରେ ସମୁଚିତ ତଥା ଆନ୍ତରିକ ସହାୟତା ପ୍ରଦାନ କରିଥିବାରୁ ଆଜି ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଉଦ୍ୟମ କ୍ରମେ ପ୍ରଶାସନ ତରଫରୁ ସହଯୋଗୀ ବିଭିନ୍ନ ଅନୁଷ୍ଠାନ ର କର୍ମ କର୍ତ୍ତାଙ୍କର ଗୋଟିଏ ସାମୁହିକ ଫଟୋ ସେସନ୍ କରାଯାଇ ସାଧୁବାଦ ଦିଆଯିବା ସହ ଜିଲ୍ଲାବାସୀଙ୍କ ଆକୁଣ୍ଠିତ ସହଯୋଗ ପାଇଁ ପ୍ରଶାସନ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି l