ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡିଶାର ପଶ୍ଚିମ ଓଡ଼ିଶା ଶାଖା ତରଫରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଧାନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିସିକେସନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟ ଯୁବ ସ୍ଵେଚ୍ଛାସେବୀ ତଥା ଯୁବ କବି ତୋଫାନ୍ ଦେହୁରୀ ସଭାପତିତ୍ବ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ।
ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିସିକେସନ ବେହେରା ଓ ସହକାରୀ ଶିକ୍ଷକ ଦେବରାଜ ମଲ୍ଲିକ ମାତୃଭାଷା ଦିବସର ଗୁରୁତ୍ୱ, ଏହା କାହିଁକି ପାଳନ କରିବା ଦରକାର ଓ ମାତୃଭାଷା କଣ ? ଏ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ । ଆଲୋଚନା ଚକ୍ର କାର୍ଯ୍ୟକ୍ରମ ସରିବା ପରେ ଚତୁର୍ଥ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ହେବା ସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା।
ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଶ୍ରୀଯୁକ୍ତ ତୁଷାର କାନ୍ତ ସାହୁ କୁଇଜ୍ ପ୍ରତିଯୋଗିତା କୁ ପରିଚାଳନା କରିଥିବା ବେଳେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡିଶାର ଅନ୍ୟ ସଦସ୍ୟମାନେ ତାଙ୍କୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୀର ଦେହୁରୀ,ସୁଶାନ୍ତ କୁମାର ମିଶ୍ର, ଅଭିଳାଷ ଧଳ,ଦିବାକର ଦେହୁରୀ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସର୍ବଶେଷରେ କୁନି କୁନି ଛାତ୍ରଛାତ୍ରୀମାନେ ତାଙ୍କ ପଢା ବହିର ପଦ୍ୟାବଳୀ କୁ ଗୀତ ମାଧ୍ୟମରେ ଗାଇ ମନମୋହିତ କରିଥିଲେ।