ଯାଜପୁର:ଯାଜପୁର ଥାନା ଅନ୍ତର୍ଗତ କଟିକଟା ପଂଚାୟତ ହୀରାବାଗ ରଘୁନାଥଜୀଉ ମଠ ରୁ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ମୂର୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଯାଜପୁର ଥାନା ଥାନାରେ ଲିଖିତ ଅଭିଯୋଗ ହୋଇଛି । ମଠ ପରିସରରେ ବହୁ ପ୍ରାଚୀନ ରଘୁନାଥ ମନ୍ଦିର ଚାବି ଭାଙ୍ଗି ରାମ, ଲକ୍ଷ୍ମଣ ଏବଂ ସୀତା ଙ୍କ ମୂର୍ତି ସହ ୨ ଟି ଆଣ୍ଠୁଆ ଗୋପାଳ, ନୃସିଂହ ମୂର୍ତ୍ତି ଏବଂ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି l
ମୂର୍ତ୍ତି ଗୁଡିକ ଅଷ୍ଟଧାତୁ ଓ ପିତଳ ରେ ନିର୍ମିତ ହୋଇଥିବାରୁ ଏହାର ଆନୁମାନିକ ମୂଲ୍ୟ ୧ କୋଟି ରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ଅଭିଯୋଗ ପାଇବା ପରେ ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ ଆରମ୍ଭ କରିଛି। ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।