ଟିଟିଲାଗଡରେ ତୃତୀୟ ତମ ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦଘାଟିତ

92 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ତୃତୀୟ ତମ ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେଳ ଷ୍ଟେସନ ନିକଟରେ ଥିବା ସ୍ଥ।ନିୟ ଏସଓଏସ ବିଲଡିଂ ଠାରେ ବିର ହନୁମାନ ବ୍ୟାୟାମଶାଳା ପକ୍ଷରୁ ଆୟୋଜିତ ହୋଇଯାଇଛି। ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସ୍ଵାମୀ ବିର ହନୁମାନ ବ୍ୟାୟାମ ଶ।ଳାର ପ୍ରତିଷ୍ଠାତା ଥିଲେ ସ୍ବର୍ଗତ ଅଭିମନ୍ୟୁ ସାହୁ , ସେ ଜଣେ ଦକ୍ଷ ଭାରଉତ୍ତୋଳନକାରି ସହ ବିଜେଡିର ପରିଚିତ ନେତା ଥିଲେ। ତାଙ୍କ ସଭାପତିତ୍ବରେ ପୁର୍ବରୁ ଟିଟିଲାଗଡରେ ୧୯୯୮ ମସିହାରେ ରାଜ୍ୟ ସ୍ତରୀୟ,୨୦୦୨,୨୦୦୪,୨୦୦୭ ରେ ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜିତ କରାଇଥିଲେ।

୨୦୧୩ ରେ ତାଙ୍କର ନିଧନ ହୋଇଥିଲା, ସେହି ଦିନଠାରୁ ୧୫ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ତାଙ୍କ ସ୍ମୃତିରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ସଭାପତି ଦିଲିପ ବାଗ କହିଥିଲେ। ସୋମବାର ସନ୍ଧ୍ୟାରେ ଏହି ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାର ଉଦଘାଟନ ଅବସରରେ ମୂଖ୍ୟ ଅତିଥି ଭାବେ ଟିଟିଲାଗଡର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ସମ୍ମ।ନିତ ଅତିଥି ଭାବେ ଓମ ଭ୍ୟାଲି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଲାୟଂଶ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦୀପକ ସାହୁ, ବିଜେଡିର ବରିଷ୍ଠ ନେତା ପ୍ରେମ ଜୈନ, ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ୧୦ ନମ୍ୱର ୱାର୍ଡର କାଉନସିଲର ସଞ୍ଜୀବ ଗୋୟଲ, ତୁଷୁରା ଏନଏସି ଚେୟାର ମେନ ଶ୍ରୀ ଅଜୟ ଜେଶ୍ୱ।ଲ, ରାଜ୍ୟ ସମ୍ପାଦିକା ତଥା ଭାର ଉତ୍ତୋଳନକାରୀ ସଙ୍ଗୀତା ସିଂ, ଟିଟିଲାଗଡ ବିର ହନୁମାନ ବ୍ୟାୟାମଶ।ଳାର ସଭାପତି ଶ୍ରୀ ଦିଲିପ ବାଗ, ସମ୍ପାଦକ ରୁଟୁ ବାଗ ମଞ୍ଚ।ସିନ ହୋଇଥିଲେ। ସଭା ପରିଚାଳନା କରିଥିଲେ ସୁଧୀର ନାଏକ।

ପ୍ରଥମେ ଉପସ୍ଥିତ ଅତିଥି ମାନେ ବିର ହନୁମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦ୍ଵିପ ପ୍ରଜ୍ବଳନ କରିବା ପରେ ମୂଖ୍ୟ ଅତିଥି ଉପଜିଲ୍ଲାପାଳ ଫିତା କାଟି ଏହି ପ୍ରତିଯୋଗିତାର ଉଦଘାଟନ କରିଥିଲେ। ଏହି ଅବସରରେ ମୂଖ୍ୟ ଅତିଥି ଶ୍ରୀ ପାଢୀ ତିନୋଟି ଜିନିଷ ଦ୍ଵାରା ଜଣେ ମଣିଷ ସୁସ୍ଥ ସବଳ ହୋଇ ରହିପାରେ ତାହା ହେଉଛି ଆହାର, ବ୍ରହ୍ମଚର୍ଯ୍ୟ ଏବଂ ନିଦ୍ରା। ନିୟମିତ ବ୍ୟାୟାମ ଦ୍ଵାରା ଜଣେ ଉତ୍ତମ ଶରୀର ଗଠନ କରିପାରିବ। ଶରୀରକୁ ସନ୍ତୁଳିତ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମୂଖ୍ୟ ଅତିଥି କହିଥିଲେ।

Related Post

ବୁଧବାର ପ୍ରଦର୍ଶନୀ ପଡିଆରେ ହେବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ

Posted by - May 25, 2019 0
ଭୁବନେଶ୍ବର :ପରମ୍ପରା ଅନୁସାରେ ନବନିର୍ବାଚିତ ସରକାର ଦାୟିତ୍ବ ନେବା ପୂର୍ବରୁ ପ୍ରୋଟେମ୍ ସ୍ପିକର ନିଯୁକ୍ତ ହୋଇଥାନ୍ତି । ସମସ୍ତ ବିଧାୟକ ଶପଥ ନେବା ପରେ ବିଧାନସଭା ଅଧିବେଶନ…

ବାତ୍ୟା ର୍ୟଶ କୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତ୍ରୁତ,୧୬ ନଂ ଜାତୀୟ ରାଜପଥ ବନ୍ଦ

Posted by - May 25, 2021 0
ଭୁବନେଶ୍ବର/ଯାଜପୁର ଅଫିସ: ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ,…

ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଜୟପାଟଣା କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା

Posted by - October 22, 2021 0
କଳାହାଣ୍ଡି 🙁 ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଆଜି ଜୟପାଟଣା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା…

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ OCA ବିରୋଧରେ CBI ର ଚାର୍ଜସିଟ୍ ଦାଖଲ୍‌

Posted by - August 30, 2019 0
ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଓସିଏ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ ପାଇଁ ଓସିଏକୁ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ଅଜିତ ସାହୁଙ୍କ ଶେଷକୃତ୍ୟ

Posted by - June 20, 2019 0
ଢେଙ୍କାନାଳ: ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର କୁ ଜନ୍ମ ମାଟି କାମାକ୍ଷାନଗର ବଡସୁଆଁଳ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ  ଶେଷକୃତ୍ୟ କରାଯାଇଛି । ସହିଦ…