ଉମା ପଞ୍ଚାୟତ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବର

43 0

ଘଣ୍ଟାପଡା:୨୦।୨(ଚିତ୍ତରଞ୍ଜନ ସିଂ)କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, କଣ୍ଟାମାଳ ଶିଶୁ ବିକାଶ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ଡ. କିଶୋର ପଟ୍ଟନାୟକ, ବୌଦ୍ଧ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଧେଶକ ପ୍ରଦୀପ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀ ସଚିନ କୁମାର ସାହୁ, ଯନ୍ତ୍ରୀ ରବିନ୍ଦ୍ର କୁମାର ଆଚାରୀ, କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଜିତ କୁମାର ସେଠିଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ ।

ସମୁଦାୟ ୨୩୪ ଗୋଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୫ ଗୋଟି ସାମୁହିକ ଓ ୨୧୯ ଗୋଟି ବ୍ୟକ୍ତିଗତ ମାମଲା ଥିଲା l ତିନିଜଣଙ୍କୁ ଭର୍ତ୍ତା କାର୍ଡ ପ୍ରଦାନ l ତିନିଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ, ଚାରିଜଣଙ୍କୁ ୱ୍ଵିଲ ଚେୟାର ଓ ଜଣକୁ ଗୋଟିଏ ଆଶାବାଡି ପ୍ରଦାନ କରାଯାଇଥିଲା । ଘଣ୍ଟାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ, ଫଟାମୁଣ୍ଡା-ଦେଢ଼େଣମାଳ ରାସ୍ତର ସମଲେଶ୍ୱରୀ ନାଳ ଉପରେ ସେତୁ ନିର୍ମାଣ, ଖଇରମାଳ ସ୍କୁଲରେ ଶିକ୍ଷକ ଅଭାବ, କନକୁଟୁରା ଗ୍ରାମରେ ଅଙ୍ଗନବାଡି ଶିଶୁମାନଙ୍କୁ ନଭେମ୍ବର ମାସରୁ ଅଣ୍ଡା ଦିଆ ନଯିବା ଆଦି ବିଷୟରେ ମଧ୍ୟ ଅଭିଯୋଗ ହୋଇଥିଲା l ଉମା ପଞ୍ଚାୟତ ସରପଞ୍ଚ ଦୌଲଥ ପାଣ୍ଡେ, ଇଓ ଶେଷଦେବ ଜାନୀ, ଗ୍ରାମ ରୋଜଗାର ସେବକ ଚିତ୍ତରଞ୍ଜନ ପାତ୍ର ଏବଂ ପଞ୍ଚାୟତର ସମସ୍ତ କର୍ମଚାରୀ ଶିବର ପରିଚାଳନାରେ ସହଯୋଗ କରିଥିଲେ l

Related Post

କୁଟୁରାଚୁଆଁ କଲେଜ ରେ ଅଧକ୍ଷ ଙ୍କ ଅବସର କାଳୀନ ସର୍ମଦ୍ଧନା ସମାରୋହ

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ରେ ଗୁରୁବାର ବରିଷ୍ଠ ଅଧ୍ୟାପକ ନିଳାଞଳ ତିଓ୍ବାରୀ ଙ୍କ ସଭାପତିତ୍ବ ଓ ପରିଚାଳନା ରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର…

କାଶୀପୁର ବିଦେଶୀ ଠିପି ଖୋଲା ମଦ ଦୋକାକନରେ ଦକ୍ଷିଣାଞ୍ଚଳ ଡେପୁଟି କମିଶନରଙ୍କ ଗସ୍ତ

Posted by - October 15, 2022 0
ରାୟଗଡା ।: (ଅଞ୍ଜନ କୁମାର ନାଏକ ) ରାୟଗଡା ଜିଲ୍ଲା କାଶୀପୁର ସଦରରେ ଏକ ବିଦେଶୀ ଠିପି ଖଲା ମଦ ଦୋକାନ ରେ ଗତ କାଲି ସନ୍ଧ୍ୟା…

ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ସମ୍ପନ୍ନ କଲେ ଲକ୍ଷ୍ମୀ ମନ୍ଦିର ନିର୍ମାଣ କମିଟି

Posted by - June 7, 2020 593
ନୀଳଗିରି:୦୭/୦୬(ସୌମ୍ୟା ସାଇ ବାରିକ)ମହାଜାଗତିକ କାଳରୁ ମହାଲକ୍ଷ୍ମୀ ଙ୍କ ର ଜଗତର ନାଥ ଜଗନ୍ନାଥ ଙ୍କ ସହିତ ସମ୍ପର୍କ ସାରା ବିଶ୍ୱବାସୀ ଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା…

ବାସପତରି କଲାପଟାର ବାର୍ଷିକ ଉତ୍ସବ ପାଲନ ,ଉକିଆଜନ ପତ୍ରିକା ଉନ୍ମୋଚିତ

Posted by - December 26, 2021 0
ବରଗଡ/ଅତାବିରା:ପଶ୍ଚିମ ଓଡିଶାରେ କଲାପଟା ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରୁଥିବା ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତର ସଁହରାଟିକ୍ରା ବାସପତରି କଲାପଟା ର ବାର୍ଷିକ ଉତ୍ସବ ତାଲପାଲି…