ଟିଟିଲାଗଡ;୧୯-୦୨( ସଞ୍ଜୟ କୁମାର ନାୟକ)ଆସନ୍ତା ମାତୃଭାଷା ଦିବସ ଅବସରରେ କୋସଲି ଭାସା ସୁରକ୍ଷା ସମିତି ଓ କୋସଲି ସାଂସ୍କୃତିକ ମହାଯୋଟ ଟିଟିଲାଗଡର ମିଲିତ ଉଦ୍ ଯୋଗ ଓ ସର୍ବ ଭାରତୀୟ କେମ୍ପେନ ଫର ଲାଙ୍ଗୁଏଜ ଇକ୍ବାଲିଟି ଏଣ୍ଡ୍ ରାଇଟସ (କ୍ଲିଅର)ର ସହଯୋଗରେ ଆସନ୍ତା ତା:୨୧-୦୨ -୨୩ ଓ ତା:୨୨-୦୨-୨୩ ଦୁଇ ଦିନ ବ୍ଯାପି ସ୍ଥାନୀୟ ବାନ୍ଦୁପଲା ସ୍ଥିତ ଡି:ଏନ:ରିସର୍ଟରେ ଅନୁଷ୍ଠିତ ହେବ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା ଘଣ୍ଟାସୁନି ମନ୍ଦିର ଠାରୁ ଆରଂଭ କରି ରିସର୍ଟପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ପରେ ପର୍ଯାୟକ୍ରମେ ପାଂଚୋଟି ଅଧିବେଶନରେ ଭାଷା ସଂପର୍କିତ ଆଲୋଚନା ହେବ।ସଦ୍ଯ ଲାଭ କରିଥିବା ସମ୍ବିଧାନ ସ୍ବୀକୃତି ପ୍ରାପ୍ତ ଭାଷା ଓ ଅଣ ସ୍ବୀକୃତି ପ୍ରାପ୍ତ ଭାଷା ମାନଙ୍କର ସାଂପ୍ରତିକ ସ୍ଥିତି ଉପରେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭାଷାବିତ୍ ମାନେ ଓ କୋସଲି ଭାଷାଭାଷୀ ଜିଲ୍ଲାର ପ୍ରତିନିଧି ମାନେ ସେମାନଙ୍କର ଯୁକ୍ତିଯୁକ୍ତ ମତ ରଖିବେ ଏବଂ ସନ୍ଦର୍ଭ ପାଠ କରିବେ।ଏହି ସମ୍ମିଳନୀରେ ପଂଜାବୀ,ଆଂଗିକା,ବୋଡୋଗୋ,ତାମିଲ,ମରାଠୀ,ମୁଣ୍ଡାରୀ,ବଂଗଲା,କୋସଲି,ଆଦି ଭାଷାର ପ୍ରତିନିଧି ମାନେ ଯୋଗଦେବେ।
କୋସଲି ଭାଷାର ଇତିହାସ,ସଂସ୍କୃତି,ପରଂପରା ତଥା ସାହିତ୍ଯ ସୃଷ୍ଟି କରି ଜାତୀୟ ସ୍ତରରେ ପୁରସ୍କୃତ ଓ ଭାଷା ସଂଗଠନରେ ସକ୍ରିୟ
ଥିବା ବ୍ଯକ୍ତିତ୍ବ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ଦ୍ବୟର ସଭାପତି ଦିଲିପ କୁମାର ପସାୟତ ଓ ଟିକେଲାଲ ବେହେରା ଉପଦେଷ୍ଟା ଭିକାରୀ ଚରଣ ମିଶ୍ର, ନୀଳମଣି ସାହୁ, ସେବକ ଚରଣ ଦାଶ, ବୃନ୍ଦାବନ ଷଡଙ୍ଗୀ, ଜ୍ଯୋତି ପ୍ରକାଶ ଗଡତ୍ଯା, ହେମେନ୍ଦ୍ର ହାଁସଦା, ସୁଶାନ୍ତ ବାଗ, ସଂପାଦକ ନରସିଂହ ସାହୁ ପ୍ରମୁଖ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।