ଖପ୍ରାଖୋଲ: ୧୯/୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମା ଠାରେ ଚବିଶ ପ୍ରହରୀ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗାଁ ପୋଖରୀରୁ ଗଙ୍ଗା ଆବାହନ ସହ କଳସ ମାନଙ୍କରେ ପାଣି ପୁରାଇ ନାମ ସଂକୀର୍ତ୍ତନ, ଘଣ୍ଟା, ଘଣ୍ଟ ସହ ଶୋଭାଯାତ୍ରା ପ୍ରହରୀ ମଣ୍ଡପ ରେ ପହଞ୍ଚିଥିଲେ।
ଏହି ଅବସରରେ ପୂଜକ ପଣ୍ଡିତ ରମେଶ ଦାଶ, ପୂଜା କର୍ତ୍ତା ପଦ୍ମ ବରିହା, କର୍ପୁରଦେବୀ ବରିହା, ସଭାପତି ବେହେରା, ସମ୍ପପାଦକ ଜୟପ୍ରକାଶ ରାଉତ, ମହାବୀର ପ୍ରଧାନ, ଶେଷଦେବ ଦଣ୍ଡସେନା, କାହ୍ନୁ ଥାନାପତି, ସନ୍ତୋଷ ଗଡତ୍ୟା , ରିଙ୍କୁ ବାରିକ , ଆଶିଷ ଭୋଇ ସମେତ ପୂଜା କମିଟି ସଦସ୍ୟ ଓ ଶତାଧିକ ମହିଳା ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।