କେସିଙ୍ଗା ;(ପ୍ରୀତେସ ପଟେଲ) କଳାହାଣ୍ଡି ଓ ବଲାଙ୍ଗିର ରୁ ଯାତାୟତ କରୁ ଥିବା ସମସ୍ତେ ଯାତ୍ରୀ ସେଲ୍ଫି ପଏଣ୍ଟ ରେ ଠିଆ ହୋଇ ସେଲଫି ନେବାର ଦେଖିବାକୁ ମିଳୁଥିଲା।
ଏହି ସେଳଫି ପଏଣ୍ଟ 2021 ମସିହାରେ ନିର୍ମିତ ହୋଇଥିଲା। ସେଳଫୀ ପଏଣ୍ଟ ଓ ଓପନ ଜୀମ ନାମରେ 20 ଲକ୍ଷ ରୁ ଅଧୀକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା। ରାତି ରେ ରଙ୍ଗ ବି ରଙ୍ଗ ର ଲାଇଟ୍ ରୁ ସେଲଫି ପଏଣ୍ଟ ବେଶ୍ ଦେଖିବା ପାଇଁ ସୁନ୍ଦର ଲାଗୁଥିଲା।ଏହାର ରକ୍ଷଣବେକ୍ଷଣ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଥିଲା ।
ଚାର ଟି ମହାପୁରୁଷଙ୍କ ପ୍ରତିମା ଓ କଳାହାଣ୍ଡି ର ଘୁମୁରା ର ପ୍ରତିମା ମଧ୍ୟ ଥିଲା। କିନ୍ତୁ ଏହା ସବୁ ରକ୍ଷଣବେକ୍ଷଣ ଅଭାବ ଯୋଗୁଁ ଧ୍ବଂସ ହେବାର ଲାଗିଛି। କିନ୍ତୁ କେସିଙ୍ଗା ଏନ ଏ ସି ଏବେ ରୋଡ ଦୁଇ ପଟେ 20ଲକ୍ଷ ରୁ ଅଧିକ ଖର୍ଚ୍ଚରେ ଫୁଟଫାତ ନିର୍ମାଣ କରୁଛି। ଜେଉଁ ରୋଡ ଆରଡି ବିଭାଗ ଟିଟିଲାଗଡ ର ଓ ବିଶେଷ ସୂତ୍ର ରୁ ଜଣା ପଡିଛି ଜେ ଆରଡି ବିଭାଗ ବିନା ଅନୁମତିରେ ଫୁଟଫାତ ନିର୍ମାଣ କାମ ଚାଲୁ ଅଛି। ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ର ବିଷୟ କି ରୋଡ ର ଦୁଇ ପଟେ ଫୁଟଫାତ ର ଆବଶ୍ୟକତା ଥିଲା କି ନା ସେଲଫୀ ପଏଣ୍ଟ ର ରକ୍ଷଣବେକ୍ଷଣ।