ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବରପଦର ଗ୍ରାମରେ ୨୦୧୭ ମସିହା ପିସ୍ତଲ ମୁନରେ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରିବା ବହୁ ଚର୍ଚ୍ଚିତ ମାମଲାର ବିଚାରକରି ନ୍ୟାୟମୂର୍ତୀ ଅଭିଯୁକ୍ତ ଆୱାରା ଆଶିକକୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଓ ୧୦ ହଜାର ଟଙ୍କା ଅର୍ଥରେ ଦଣ୍ଡିତ କରିଛନ୍ତି।ପ୍ରାପ୍ତ ସୂଚନା ଅନୁଯାଇ ଗତ ୨୦୧୭ ମସିହା ଜୁନ ମାସ ୨୬ତାରିଖରେ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ରୁଣ୍ଡିମହଲ ଗ୍ରାମର ପଞ୍ଚାନନ ସୁନା ନାମକ ଜଣେ ଯୁବକ ବରପଦର ଗ୍ରାମର ହରନାଗଙ୍କ ଘରକୁ ଆସି ଆସି ତାଙ୍କ ଝିଅ ସହିତ ବିବାହ ପ୍ରସ୍ତାବ ଦେଇଥିଲେ।
ମାତ୍ର ଉକ୍ତ ପ୍ରସ୍ତାବରେ ହରନାଗଙ୍କ ପରିବାର ଲୋକେ ଅରାଜି ହେବାରୁ ପଞ୍ଚାନନ ଉକ୍ତ ଯୁବତୀଙ୍କ ମୁଣ୍ଡରେ ଏକ ପିସ୍ତଲ ରଖି ତାକୁ ବିବାହ ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ହରନାଗ ଏ ନେଇ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜ୍ଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ବୌଦ୍ଧ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଶେଶ୍ୱର ବିଶ୍ୱରଞ୍ଜନ ରାୟ ଉକ୍ତ ମାମଲାର ଉକ୍ତ ମାମଲାର ସମସ୍ତ ସାକ୍ଷପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ପଞ୍ଚାନନ ସୁନାକୁ ୩ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି।ମାମଲାକୁ ସରକାରୀ ଏପିପି ଦେବ ରଞ୍ଜନ ବିଶି ପରିଚାଳନା କରୁଥିଲେ।