ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାର ବିରୋଧୀ ପ୍ରତିବାଦ। ମୋଦି ସରକାର ଗରିବ ହିତାଧିକାରୀଙ୍କ ରାସନ ସାମଗ୍ରୀ କୁ କାଟିବା ପ୍ରତିବାଦ ରେ ଯାଜପୁର ରେ ବିଜେଡ଼ି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି।
ଆଚ୍ଛେଦିନ ର ସ୍ୱପ୍ନ ଦେଖେଇ ଗରିବ ଲୋକଙ୍କୁ ହତାଦର କରୁଥିବା ବିଜେପି ସରକାର ବିରୋଧ ରେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଯାଜପୁର ପୌରପାଳିକା ର କାଉନସିଲର, ଯାଜପୁର ବ୍ଲକ ର ସରପଂଚ, ଜିଲା ପରିଷଦ ସଦସ୍ୟ ସମେତ ବିଜେଡି ନେତା ମାନେ ଉପସ୍ଥିତ ଥିଲେ। ପରେ ଏ ନେଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଜିଲାପାଳ ଙ୍କୁ ପ୍ରଦାନ କରାଯାଇଛି।