ଟିଟିଲାଗଡ ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ , ୧୭୮୮ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ୪୧.୨୬ କୋଟି ଟଙ୍କା ର ଋଣ ସହାୟତା ପ୍ରଦାନ

95 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅବସରରେ ଅନୁଷ୍ଠିତ ଉତ୍ସବରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ,ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ମିଥିଳା ମାଝୀ ,ଜିଲ୍ଲାପାଳ ଚଞ୍ଚଳ ରାଣା , ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ , ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀ ,ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ କୈଳାଶ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ । କାର୍ଯକ୍ରମ ରେ ମହିଳା ଓ ଶିଶୁ ବିକାଶ ,ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ , ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଭିଡିଓ କନଫରନ୍ସିଂ ମାଧ୍ୟମରେ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ।

 

ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ର ମାଁ ମାନଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଦେଇଥିଲେ । ଉତ୍ସବରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିବା ସହ ଜିଲ୍ଲା ର ସମସ୍ତ ବ୍ଲକ ରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ମିଶନଶକ୍ତି ଭବନ ଏବଂ ଜିଲ୍ଲା ସ୍ତରରେ ଏକ ମିଶନଶକ୍ତି ଭବନ ନିର୍ମାଣ ସକାଶେ ୧ କୋଟି ଟଙ୍କା ଯୋଗାଇଦିଆଯାଇଛି । ଜିଲ୍ଲା ର ପ୍ରତ୍ୟେକ ଗ୍ରାମ ପଂଚାୟତ ରେ ଗୋଟିଏ ଲେଖାଏଁ ମିଶନ ଶକ୍ତି ଗୃହ ନିର୍ମାଣ ର ବ୍ୟବସ୍ଥା କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ କୁ ଯେପରି ସୁଚାରୁରୂପେ ବିକ୍ରି କରିପାରିବେ ସେଥିନିମନ୍ତେ ଟିଟିଲାଗଡ ଠାରେ ଏକ ମିଶନ ଶକ୍ତି ବଜାର ର ପ୍ରତିଷ୍ଠା କରାଯାଉଛି ବୋଲି ପ୍ରକାଶ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ରୁ ଉଦ୍ୟୋଗୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ ।

ଟିଟିଲାଗଡ ର ବିକାଶ ଦିଗରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯକ୍ରମ ସମ୍ପର୍କରେ ସୂଚନା ଦେବା ସହ ବଲାଙ୍ଗିର ଜିଲ୍ଲା ର ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରି ଜିଲ୍ଲା କୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ଉଦ୍ୟମ କରିବାକୁ ସେ ଆହ୍ଵାନ ଦେଇଥିଲେ । କାର୍ଯକ୍ରମ ରେ ମହିଳା ଓ ଶିଶୁ ବିକାଶ ,ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଭିଡିଓ କନଫରନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ଓଡିଶା ର ମହିଳା ମାନେ ମିଶନ ଶକ୍ତି ଜରିଆରେ ଉଲ୍ଲଖନୀୟ କାର୍ଯ୍ୟ କରିବା ସହ ସେମାନେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଯାହାକି ଏକ ଦୃଷ୍ଟାନ୍ତ ବୋଲି ସେ ମତବ୍ୟକ୍ତ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ବିଭାଗରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି ଓ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ର ବିକ୍ରି ନିମନ୍ତେ ମିଶନ ଶକ୍ତି ବଜାର ର ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯେପରି ସଫଳ ଉଦ୍ୟୋଗୀ ହୋଇପାରିବେ ଏବଂ ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ରାଜ୍ୟ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ ।

 

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମାତୃଶକ୍ତି ଜାଗ୍ରତ ହେଲେ ଅଞ୍ଚଳ ,ଜିଲ୍ଲା ,ରାଜ୍ୟ ତଥା ଦେଶ ର ବିକାଶ ହୋଇପାରିବ ଏବଂ ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଭିଡିଓ କନଫରନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀ କୁ ବ୍ୟାଙ୍କ ସହ ସଂଯୋଗୀକରଣ କାର୍ଯ୍ୟ ରେ ବଲାଙ୍ଗିର ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ରୁ ଉଦ୍ୟୋଗୀ ସମ୍ପର୍କରେ ଆଲୋକପାତ କରି ଉଦ୍ୟୋଗୀ ହେବା ନିମନ୍ତେ ତାଲିମ ଓ ଭିତ୍ତିଭୂମି ସମ୍ପର୍କରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ମିଥିଳା ମାଝୀ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଲକ୍ଷ ରେ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରଥିଲେ ।

ସଭା ପ୍ରାରମ୍ଭରେ ଜିଲ୍ଲାପାଳ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିବା ସହ ବଲାଙ୍ଗିର ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ୨୪ ,୦୪୫ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସହାୟତା ପ୍ରଦାନ କରାଯାଉଛି । ସ୍ଵୟଂ ସହାୟକ ଗୋଷ୍ଠୀ କୁ ବ୍ୟାଙ୍କ ସହ ସଂଯୋଗୀକରଣ କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କର ଦକ୍ଷତା ବିକାଶ କରାଯାଇ ସ୍ଵୟଂ ସହାୟକ ଗୋଷ୍ଠୀ ରୁ ଉଦ୍ୟୋଗୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ କୈଳାଶ ମିଶ୍ର ସ୍ଵୟଂ ସହାୟକ ଗୋଷ୍ଠୀ କୁ ବ୍ୟାଙ୍କ ସହ ସଂଯୋଗୀକରଣ ଉପରେ ଆଲୋକପାତ କରିଥିଲେ ।

ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଖପ୍ରାଖୋଲ ର ଅନ୍ନପୂର୍ଣ୍ଣା ସଞ୍ଚୟିକା ମହାସଂଘ ,ସଇଁତଳା ,ବରଗାଁ ର ନାରୀଶକ୍ତି ମସାଲା ଉଦ୍ୟୋଗ ଓ ପାଟଣାଗଡ ଭାଲୁଦରହ ର ମାଁ ସମଲେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସ୍ଵୟଂ ସହାୟକ ଗୋଷ୍ଠୀ କୁ ବ୍ୟାଙ୍କ ସହ ସଂଯୋଗୀକରଣ କାର୍ଯ୍ୟ ରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ,ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏଚ ଡି ଏଫ ସି ବ୍ୟାଙ୍କ କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ୧୭ ଗୋଟି ବ୍ୟାଙ୍କ ମାଧ୍ୟମରେ ୧୭୮୮ ସ୍ଵୟଂ ସହାୟକ ଗୋଷ୍ଠୀ କୁ ୪୧. ୨୬ କୋଟି ଟଙ୍କାର ଋଣ ସହାୟତା ଡମି ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଶେଷରେ ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗୀର ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମିଶନ ଶକ୍ତି ର ଅଧିକାରୀ ମାନେ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Related Post

ବନ୍ୟାସ୍ଥିତି ସଂଗୀନ, ମହାନଦୀରେ ଘାଇ,୫୫ ଗାଁ ପାଣିଘେରରେ,ପଂଚାୟତରାଜ ମନ୍ତ୍ରୀ ଓ ବୌଦ୍ଧ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ

Posted by - August 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାରେ ଆଜକୁ ୫ଦିନ ଧରୀ ବନ୍ୟା ଜଳ ପ୍ରଭାହିତା ଯୋଗୁଁ ହରଭଙ୍ଗା ବ୍ଲକରେ ୯ଟି ପଂଚାୟତର ୫୫ରୁ ଉର୍ଦ୍ଧ ରାଜସ୍ବ ଗାଁ ବନ୍ୟାଜଳ…

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବୀରେ କଂଗ୍ରେସ୍ ଦଳ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ମମିତା ମେହେର ଙ୍କୁ ନ୍ୟାୟ ପ୍ରଦାନ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବୀ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ତରଫରୁ…

UPSC ପରୀକ୍ଷାରେ ସମ୍ବଲପୁର ଆଙ୍କିତ ବର୍ମା ୧୮୪ ନମ୍ବର

Posted by - September 27, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ଯ ହେଲେ ସମ୍ବଲପୁରର ସୁନା ପୁଅ । ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ କୁମାର ବର୍ମା…

ଏସ୍.ବି.ଆଇ ଅଧିକାରୀଙ୍କ ବିରୁଦ୍ଧରେ ଠକେଇ ଓ ଦୁର୍ନୀତି ଅଭିଯୋଗ

Posted by - October 22, 2021 0
ଭୁବନେଶ୍ବର,ତା ୨୨.୧୦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କିଛି ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଠକେଇ ଓ ଦୁର୍ନୀତି ଅଭିଯୋଗ କରାଯାଇଛି। ଭୁବନେଶ୍ବର ରୋଟାରୀ କ୍ଲବ ଇକୋର…

ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବନ୍ୟାର ତାଣ୍ଡବଲୀଳା ଜାରି

Posted by - August 30, 2020 0
ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବନ୍ୟାର ତାଣ୍ଡବଲୀଳା ଜାରି ରହିଛି, ବନ୍ୟା ସ୍ରୋତରେ ଏକ ମହିଳା, ଏକ ଯୁବକ ଭାସି ଯାଇଥିବା ଖବର ମିଳିଛି, ଏହି…