ଉଦଯାପିତ ହେଲା ମାତାକୁପାର ନାଗବାଚା ମହୋତ୍ସବ

53 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ)  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ମାତାକୁପା ଠାରେ ଚାରି ଦିନଧରି ଆୟୋଜିତ ହୋଇଥିବା ଆଞ୍ଚଳିକ ନାଗବାଚା ଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଭଗବାନ କହଁର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସାମନ୍ତ ମାଝୀ, ବରଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପିନାକ ରଣା, ସମାଜସେବୀ ଗୋପୀନାଥ କହଁର, କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ ଉପ ସଭାପତି ପ୍ରଭାତ ସାହୁ, ଓଡିଶା ସାମ୍ବାଦିକ ସଙ୍ଘ ବୌଦ୍ଧ ଶାଖା ସହ ସମ୍ପାଦକ ବଂଶୀଧର ମାଝୀ, କନ୍ଧ ସମାଜ ସଭାପତି ବିବତ୍ସ କହଁର ପ୍ରମୁଖ ଯୋଗ ଦେଇ କଳାକାରଟିଏ ଅଞ୍ଚଳର ଲୋକ ସଂକୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇ ପାରିଥାଏ ତେଣୁ ଏହାକୁ ବଞ୍ଚାଇ ରଖିବାକୁ ହେଲେ ମଞ୍ଚର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ l ଶିବ ଶଙ୍କର କାଲାସେ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ l ପରେ ଅନୁଷ୍ଠିତ ସାଂକୃତିକ କାର୍ଯ୍ୟକ୍ରମରେ ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା l ସଭାପତି ତଥା ଗୁରୁ ଗୋବିନ୍ଦ ମଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଗବାଚା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Related Post

ମୁଖ୍ୟ ଶାସନ ସଚିବଙ୍କ ଉପାନ୍ତ ଅଞ୍ଚଳ ଗସ୍ତ- ଦୀର୍ଘ ୧୪ ବର୍ଷ ପରେ ଜିଲ୍ଲା ବାସୀଙ୍କ ସ୍ବପ୍ନ ସାକାର ହେଲା–

Posted by - April 16, 2022 0
ମାଲକାନଗିରି:୨୦୦୮ ମସିହା ଏପ୍ରିଲ୍ ପହିଲା ଦିନ ଓଡ଼ିଶାର କନ୍ୟାକୁମାରୀ ଭାବେ ପରିଚିତ ମୋଟୁ ମୋଗି-ପଏଣ୍ଟ ଠାରେ ଓଡ଼ିଶା ଭୂଖଣ୍ଡକୁ ଆନ୍ଧ୍ର ପ୍ରଦେଶର ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ଦାଉରୁ…

ନୂଆପଡା ଜିଲ୍ଲା ଗସ୍ତରେ ପୋଲିସ ଡିଜି

Posted by - January 16, 2022 0
ନୂଆପଡ଼ା:(ମେଘନାଦ ନାଏକ )ନୂଆପଡ଼ା ଜିଲ୍ଲା ଦିନିକିଆ ଗସ୍ତରେ DGP ସୁନୀଲ କୁମାର ବଂଶଲ। ଜିଲ୍ଲାରେ ମାଓ ମୁକାବିଲା ଓ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା…

ପ୍ରକ୍ରୁତି ବନ୍ଧୁ ସବୁଜ ମଣିଷ ରୁଷି ପାତ୍ର ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

Posted by - November 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସବୁଜ ସମ୍ବଲପୁର ଗଠନରେ ରୁଷି ପାତ୍ରଙ୍କ ଭୂମିକା ଅବିସ୍ୱରଣୀୟ ବୋଲି ଆଜି ପ୍ରକ୍ରୁତି ବନ୍ଧୁ ସବୁଜ ମଣିଷ ରୁଷି ପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନରେ…

ଯାଜପୁର ରେ ଡ଼େଙ୍ଗୁ ମ୍ୟାଲେରିଆ ରୋଗର ସଚେତନତା କାର୍ଯ୍ୟକ୍ରମ

Posted by - July 10, 2019 602
ଯାଜପୁରରେ ଡେଂଗୁ ଓ ମ୍ୟାଲେରୀଆ ରୋଗ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲାସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲା ସୂଚନା…