କେସିଙ୍ଗା : (ପ୍ରୀତେଶ ପଟେଲ) ଆଗାମୀ ନିର୍ବାଚନ ୨୦୨୪ କୁ ଆଖି ରେ ରଖି ଆଜି ଏକ ଦିବସୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଲେ କେସିଙ୍ଗା ବିଜେଡି ଦଳ। କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧରେ ବୈମାତୃକ ମନୋଭାବ ବିରଧରେ ଆଜି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଲେ କେସିଙ୍ଗା ବ୍ଲକ ଓ କେସିଙ୍ଗା ଏନେସି ବିଜେଡି ଦଳ ର କାର୍ଯ୍ୟକର୍ତ୍ତା କେସିଙ୍ଗା ବ୍ଲକ ସାମ୍ନାରେ। ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ସଦର ପୂର୍ବତନ ବିଧାୟକ ଶ୍ରୀ ଦୁଷ୍ମନ୍ତ ନାୟକ କହିଲେ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧରେ ବୈମାତୃକ ମନୋଭାବ କେବେ ବି ବର୍ଦାସ କରିବ ନାହିଁ ଓ କାହିଁକି କେନ୍ଦ୍ର ସରକାର ୫ କିଲୋ ଚାଉଳ କାଟିଲେ ତାଙ୍କର ପିଏମଜୀ କେଏୟାଇ ସ୍କିମ୍ ରୁ।
ଓଡ଼ିଶା ର ୩.୨ କୋଟି ଗରିବ ଓ ଚାଷୀ ମାନେ ଏହି ସ୍କିମ୍ ଦ୍ଵାରା ଲାଭ ପାଉଥିଲେ।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଜିଲ୍ଲା ସେକ୍ରେଟାରୀ ଭବାନୀ ଶଙ୍କର ନିୟାଲ, କେସିଙ୍ଗା ଏ ନେ ସି ଅଧ୍ୟକ୍ଷ ନୂର୍ପରାଜ୍ ନାୟକ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସୁରେଶ ମହାନନ୍ଦ, କେସିଙ୍ଗା ନଗର ସଭାପତି ରମେଶ ପଟ୍ଟନାୟକ, କେସିଙ୍ଗା ବ୍ଲକ ସଭାପତି ପୁରୋଷୋତମ୍ ମହଲା, ସିଲୁ ପରିଡ଼ା, ୟୁଥ୍ ମୋର୍ଚ୍ଚା ର ରଞ୍ଜନ ବେହେରା ଓ ସମସ୍ତ କେସିଙ୍ଗା ବିଜେଡି ଦଳର କାର୍ଯ୍ୟକର୍ତ୍ତା।