ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଦେଖୁଛି ଲୋକଙ୍କ ହାତ ଏବଂ କହୁଛି ଲୋକଙ୍କ ଭୁତ ଭବିଷ୍ୟତ । ଏଭଳି କିଛି ପ୍ରଚାର ହେବାପରେ ଏବେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି । ଏ କୁନି ବାବା ଜଣକ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ସୁର୍ଗାଭଟା ଖେତିପଡା ଗାଁର ୧୩ ବର୍ଷୀୟ ସ୍ୱାଧିନ ରଣା । ସ୍ବାଧିନ ପାଖ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛି । ଗତ ୩୦ ତାରିଖରରେ ହଠାତ ଭଗବାନଙ୍କ ପାଖରୁ ବରଦାନ ପାଇଥିବା କହୁଛି ସ୍ୱାଧିନ । ଏଣୁ ଏବେ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ସ୍ୱାଧିନ ନିଜ ଘର ବାରିପଟେ ଥିବା ଭୋଲେବାବାଙ୍କ ଠାରେ ପୂଜା କରୁଛି ।
ସପ୍ତାହର ଅନ୍ୟ ଦିନ ମାନଙ୍କରେ ସେ ପାଠ ପଢିବାକୁ ଯାଉଥିବାବେଳେ ସୋମବାର ଓ ଶୁକ୍ରବାର ସେ ସେଠାରେ ରହି ଲୋକଙ୍କ ହାତ ଦେଖୁଛି ଓ ଭୁତ ଭବିଷ୍ୟତ କହୁଛି । ଆଉ ଏସବୁ ପ୍ରଚାର ହେବାପରେ ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଦିନ ସେଠାରେ ଜମୁଛି ଲୋକଙ୍କ ଭିଡ଼ । ଛୋଟ ବେଳୁ ସ୍ୱାଧିନ ପୂଜା ପୂଜି କରୁଥିଲା ,ଆଉ ଏବେ ତାକୁ ଭଗବାନ ଅଶିର୍ବାଦ କରିଥିବା ସ୍ୱାଧିନ ର ବାପା କହୁଛନ୍ତି । ଭଗବାନଙ୍କ ଆଶିର୍ବାଦରୁ ଏହା ସମ୍ଭବ ହୋଇଥିବା କହୁଛି କୁନି ବାବା ସ୍ୱାଧିନ । ସେପଟେ କୁନି ବାବାଙ୍କ କଥା ସତ ହେଉଥିବା କହିଛନ୍ତି ଜଣେ ମହିଳା ।