ଅବିଶ୍ୱାସ ଲାଗିଲେବି ସତ, କିଛି ନାହିଁ ନାହିଁ ରେ ଗାଁ,ପ୍ରଶାସନିକ ବୈମାତ୍ରିକ ହେତୁ ବଳିପଡ଼ୁଛନ୍ତି ସାଧାରଣ ଜନତା

51 0

ହରଭଙ୍ଗା :୧୪/୦୨(ଚିତ୍ତରଞ୍ଜନ ସିଂ)ସରକାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳୁଥିବା ବେଳେ ବଣ ପାହାଡ଼ ଘେରା ଉପାନ୍ତ ଅଂଚଳ ରେ ବସବାସ କରୁଥିବା ପ୍ରାୟ ୧୫ ଗୋଟି ପରିବାର ଆଜି ବି ସ୍ୱାଧୀନରର ସ୍ୱାଦ କଣ ଜାଣିପାରିନାହାନ୍ତି!ଦୀର୍ଘ 60ବର୍ଷ ବିତିଯାଇଥିଲେ ବି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଅନ୍ତର୍ଗତ ଶିତିକlବାରି ଗ୍ରାମରେ ବାସ କରୁଥିବା ୧୫ ଗୋଟି ପରିବାର ଆଜି ପର୍ଯ୍ୟନ୍ତ ପାଇପାରିନାଁହାନ୍ତି ଘର ବାରିପଟା, ଜମି ପଟା, ଜାତିବାସିନ୍ଦା ପ୍ରମାଣ ପତ୍ର, ସହିତ ଆବାସ ଯୋଜନା!ଗ୍ରାମବାସୀ ଙ୍କ ମତlନୁଯାୟୀ ଆଜିକୁ ୬୦ବର୍ଷ ହେଲା ସେମାନେ ଏହିଞ୍ଚଳରେ ବସବାସ କରୁଛନ୍ତି!ଏହି 60ବର୍ଷ ଭିତରେ ହଜାରେ ଥର ଜିଲ୍ଲାପାଳ, ବିଡ଼ିଓ, ତହସିଲ ଓ ରାଜସ୍ବ ବିଭାଗ ପାଖରେ ଘରବାରି ପଟା, ଜମି ପଟା, ବିଶୁଦ୍ଧ ପାନୀୟ ପାଇଁ ଅଭିଯୋଗ କରି ହତାଶ ହୋଇଗଲାଣି।

ଏପରିକି ଜିଲ୍ଲା ର ତତ୍କାଳୀନ ଜିଲ୍ଲାପାଳ ପ୍ରଫୁଲ୍ଲ ଚାଉଳିଆଙ୍କ ଠୁ ଆରମ୍ଭକରି, ସେସମୟର ଜିଲ୍ଲାପାଳ ସୀତାଂଶୁ ରାଉତ, ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାପାଳ ଥିବାବେଳେ ଏହି ସ୍ଥାନକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆସି ଲୋକ ମାନଙ୍କୁ ଜମି ପଟା ପାଇଁ ପ୍ରତିଶୃତି ଦେଇଥିଲେ!କିନ୍ତୁ ପ୍ରତିଶୃତି ହିଁ ପ୍ରତିଶୃତି ରେ ରହିଗଲା ଆମେ ଚାତକ ପକ୍ଷୀପରି ଚାହିଁ ରହି ପାଇବାର ଆସ ମଉଳି ଗଲା ବୋଲି ସ୍ଥାନୀୟ ବାସିନ୍ଦା କ୍ଷଭୋ ର ସହ ପ୍ରକାଶ କରନ୍ତି ।

ଏଠାରେ ବାସ କରୁଥିବା ସମସ୍ତ ଅଧିବାସୀ କନ୍ଧ ସଂପ୍ରଦାୟର ହୋଇଥିବା ବେଳେ ଘର ବାରି ପଟା ନ ଥିବା ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ଜାତିଗତ, ବାସିନ୍ଦା ପ୍ରମାଣ ପତ୍ର ନ ମିଳିବାରୁ ପlଠ ପଢ଼ାରେ ପ୍ରତିବନ୍ଧକ ହେଉଥିବା ବେଳେ ଆବାସ ଯୋଜନା ରୁ ବଞ୍ଚିତ ରହୁଛନ୍ତି!ଏପଟେ ଗାଁକୁ ରାସ୍ତା ଖଣ୍ଡେ ନାହିଁ!ସେପଟେ ସରକାର ବିଭିନ୍ନ ଯୋଜନା କରି ବାହା ବାହା ନେଉଛନ୍ତି କିନ୍ତୁ ଏହି ଗାଁ ରେ କାହା ଘରେ ପାଇଖାନା ନ ଥିବାର ଦେଖୁବାକୁ ମିଳିଛି!ଉପାନ୍ତ ଅଂଚଳ ର ଏହି ପରି ସରକାରଙ୍କ ବୈମାତୃକ ହେତୁ ସାଧାରଣ ଜନତା ଅନ୍ୟ ସ୍ରୋତକୁ ଯିବାପାଇଁ ବାଧ୍ୟ ହେଉଛନ୍ତି!ଯଥାବିଧି ଘଟଣାର ତଦନ୍ତ କରି ଅସହାୟ ଶିତିକl ବାରି ବାସୀଙ୍କୁ ତାଙ୍କ ମୌଳିକ ଅଧିକାର ଯୋଗାଇ ଦେବାପାଇଁ ଦାବି ହେଉଛି

Related Post

ମାନବ ଅଧିକାର ଦିବସ ପାଳିତ

Posted by - December 10, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ସାହାରା ହାଇସ୍କୁଲ ଠାରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା…

ଦିନକରେ କରୋନାରେ ୬୬ ମୃତ,ପୁଣି ବଢିଲା ଆର୍ ଭ୍ୟାଲୁ,ତୃତୀୟ ଲହରୀ ସୁନିଶ୍ଚିତ

Posted by - July 18, 2021 0
ଭୁବନେଶ୍ବର:ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ…

ପୂର୍ବତନ ବିଧାୟକ ଙ୍କ ସାମ୍ବାଦଦାତା ସମ୍ମିଳନୀ

Posted by - December 8, 2020 0
ନୀଳଗିରି: (ସୌମ୍ୟା ସାଇ ବାରିକ୍)ନୀଳଗିରି ର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ, ଏକ ସମ୍ବାଦଦାତା ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀ ରେ, ଧାନ ର ଅଭାବୀ ବିକ୍ରି…

ସମ୍ବଲପୁରେ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ

Posted by - August 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁରେ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ସହରର ଅଇଠାପାଲି ଛକ ସ୍ଥିତ ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଳବି…

ଦେଦର୍ହା ଗାଁ ରେ ଝାଡା ବାନ୍ତି ବ୍ୟାପିବା ଘଟଣାରେ ପଚିଶ ରୁ ଅଧିକ ଆକ୍ରାନ୍ତ ଓ ଗୋଟିଏ ପରିବାର ର ଦୁଇ ମୃତ୍ୟୁ ଘଟଣା, ଏଇ ଓଡ଼ିଶା ପୋର୍ଟାଲ ରେ ଖବର ପ୍ରସାରଣ ପରେ ଚେତିଲା ସ୍ୱାସ୍ଥ୍ୟ ବିଭାଗ,

Posted by - September 5, 2022 0
ଖପ୍ରାଖୋଲ ୫/୯( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁ ବ୍ୟାପୁଛି ଝାଡା ବାନ୍ତି । ଝାଡାବାନ୍ତି ରେ ଗାଁ…