ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ)ରବିବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶଳା ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ, ପୂର୍ବତନ ବଣିକ ସଂଘ ସଭାପତି ଶ୍ରୀଯୁକ୍ତ ତ୍ରିନାଥ ସରାଫ, ନୂତନ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ଉପସଭାପତି ମନିସ ଗୁପ୍ତା ପ୍ରମୁଖ ମଞ୍ଚାସିନ ଥିଲେ l ନିର୍ବାଚନ ଅଧିକାରୀ ଆଇନଜୀବି ରାଧେଶ୍ୟାମ ଅଗ୍ରୱାଲ, ସହ ଅଧିକାରୀ ଡମ୍ବରୁଧର କର୍ମୀ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ l
ବ୍ୟବସାୟୀ ସଙ୍ଘର ସଭାପତି ଶମ୍ଭୁପ୍ରସାଦ ଗୋୟଲ, ଉପ ସଭାପତି ମନୀଷ ଗୁପ୍ତା, ସମ୍ପାଦକ ରାଜେଶ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ସଞ୍ଜୟ ସୋନି, କୋଷାଧକ୍ଷ ଅଙ୍କୁର ଅଗ୍ରୱାଲ, କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ଶର୍ମା, ସୁବୋଧ ଦାଶ, ମହେଶ ଅଗ୍ରୱାଲ, ଶେଖର ଅଗ୍ରୱାଲ, ନୀତେଶ ଜୈନ, ଦୀପକ ସମ୍ମାଦର, ବିଜୟ ମେହେର, ସୁରେନ୍ଦ୍ର ମରୋଡିଆ, ମୋହନଲାଲ ଗୁପ୍ତା, ଦେବୀ ପ୍ରସାଦ ଶର୍ମା ଶପଥ ଗ୍ରହଣ କରିଥିଲେ l ସେହିପରି ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରାଜେନ୍ଦ୍ର ନାରାୟଣ ମିଶ୍ର, ଗୋପାଲ କିଷନ ଜୈନ, ବସନ୍ତ ସାହୁ, ମନୋଜ ଡୋଡକା, ଶମ୍ଭୁ ଅଗ୍ରୱାଲ, କମଳ ଅଗ୍ରୱାଲ, ରିଙ୍କୁ ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ଆଵାସ ଖାନ, ପ୍ରକାଶ ଗୋଏଲ, ଚିନ୍ତାମଣି ମହାପାତ୍ର, ମନୋନୀତ ସଦସ୍ୟ ବଜରଙ୍ଗ ଜୈନ, ରାଜେଶ ପ୍ରଧାନ, ବଜରଙ୍ଗ ଲାଲ ଜୈନ ଶପଥ ଗ୍ରହଣ କରିଥିଲେ l
ପୂର୍ବତନ ସମ୍ପାଦକ ଗୋପାଲ କୃଷ୍ଣ ଜୈନ ବ୍ୟବସାୟୀ ସଂଘ ପକ୍ଷରୁ ନିଆଯାଇଥିବା ବିଭିନ୍ନ ବ୍ୟବସାୟ ଅଭିବୃଦ୍ଧି ନେଇ କାର୍ଯ୍ୟକ୍ରମ ସମାଜସେବା କାର୍ଯ୍ୟ ନେଇ ବିବରଣୀ ପାଠ କରିଥିଲେ l 64 ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ସଂଘର 456 ଜଣ ସଦସ୍ୟଙ୍କ ସହ କାର୍ଯ୍ୟକ୍ରମ ଆଗେଇ ନେବା ନୂତନ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନର ସଭାପତି, ସମ୍ପାଦକ, ସଦସ୍ୟ ମାନଙ୍କ ବହୁତ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ବଣିକ ସଂଘର ବହୁ ସଦସ୍ୟ ଯୋଗଦେଇଥିଲେ।