ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ପ୍ରେସ୍ କ୍ଳବ କଲ୍ୟାଣସିଂହପୁର ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

81 0

ମୁନିଗୁଡା:(ରମାକାନ୍ତ ପୋଢାଳ )ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣମଣ୍ଡପ ଠାରେ ଆଜି ମହା ଆଡମ୍ବର ସହ ପ୍ରେସ କ୍ଳବ କଲ୍ୟାଣସିଂହପୁରର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଥମେ ବିନିଶ୍ ପୁର୍ ଠାରେ ଥିବା ସହିଦ୍ ପୀଠର ସହିଦ୍ ସ୍ତମ୍ବରେ ଅତିଥି ଓ ସଂଘ ସଦସ୍ୟ ଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ କରି ସାରିବା ପରେ ପାରମ୍ପାରିକ ବାଦ୍ୟର ତାଳେ ତାଳେ ଆଦିବାସୀ ନୃତ୍ୟରେ ଅତିଥି ମାନଙ୍କୁ ସ୍ଵାଗତ କରି କଲ୍ୟାଣସିଂହପୁରର କଲ୍ୟାଣ ମଣ୍ଡପ କୁ ଆମନ୍ତ୍ରଣ କରାଯାଇଥିଲା ଏହାପରେ ଅତିଥି ମାନେ ମଞ୍ଚାସିନ ହୋଇଥିଲେ ଏବଂ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ଏହି ପ୍ରେସ୍ କ୍ଳବର ସଭାପତି ସନ୍ତୋଷ କୁମାର ବଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଦେବଗିରି ବାବା ପୂଜ୍ୟ ସ୍ବାମୀ କ୍ରାନ୍ତିଗିରି ମହାରାଜ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର ଖରା, କଲ୍ୟାଣସିଂହପୁର କ ଜୋନ ଜିଲା ପରିଷଦ ସଦସ୍ୟ ବାରାଟାମ୍ ୱାରା ପ୍ରସାଦ ରାଓ , ସିଆରପିଏଫ କ୍ୟାମ୍ପ ଆସିଷ୍ଟାଣ୍ଡ କମାଣ୍ଡର ବି. କ୍ରିଷ୍ଣା ରାଓ ଏବଂ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ମଞ୍ଚାସିନ ରହିଥିଲେ। ଏହାପରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।

ଏଥିରେ ସମସ୍ତ ଗଣମାଧ୍ୟମର ଭୂମିକା ,ଦାୟିତ୍ୱ ବିଷୟରେ ମତ ଦେବା ସହ ଅଞ୍ଚଳର ସାମ୍ବାଦିକ ମାନେ ନିଷ୍ଠାର ସହ ଖବର ପରିବେଷଣ କରୁଛନ୍ତି ବୋଲି ଅତିଥି ମାନେ ମତ ଦେଇଥିଲେ। ସମାଜରେ ବିଶେଷ ଅବଦାନ ରଖିଥିବା ହେତୁ ବରିଷ୍ଠ ସାମ୍ବାଦିକ ଏଙ୍କେଟେଶ୍ୱର ପାଢ଼ୀ ଙ୍କ ସହ ମାଉଡି ବାରିକ, ସ୍ବାସ୍ଥ୍ୟ କର୍ମୀ ୧୦୮ ରୋଗିବୁହା ଗାଡିର ଜରୁରୀକାଳୀନ ଚିକିତ୍ସା ଅଧିକାରୀ କାର୍ଯ୍ୟରତ ଦୁର୍ଗା ପ୍ରସାଦ ଜେନା, କଳାକାର ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଆକାଶବାଣୀ ଓ ଦୂରଦର୍ଶନର ସ୍ଵୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ, ଯୁବ ମହିଳା କଣ୍ଠଶିଳ୍ପୀ ସସ୍ମିତା ଛତ୍ରିଆ, ଅନ୍ତର୍ଜାତୀୟ କବାଡି ଖେଳରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣପଦକ ବିଜେତା ଦିଲୀପ କୁମାର ପରିଡ଼ାଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉଚ୍ସବରେ ତନ୍ୱି ଅଗ୍ରବାଲ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରେସ କ୍ଳବର ଉପସଭାପତି ମାଲେସ୍ କୌଶଲ୍ୟା, ସମ୍ପାଦକ ସନ୍ତୋଷ କୁମାର ଲମ୍ବତା, ସାଧାରଣ ସମ୍ପାଦକ ପ୍ରଦୀପ ଦଳେଇ ଏବଂ ସଦସ୍ୟ ମିଣ୍ଟୁ ଦଣ୍ଡସେନା, ପ୍ରଶାନ୍ତ କୁମାର ନାହାକ ଙ୍କ ସହ ସମସ୍ତ ସଦସ୍ୟ, ଏସ ୟୁ ଜେ ଜିଲ୍ଲା ଶିବ ନାରାୟଣ ଗୌଡ଼ଙ୍କ ସହ ବରିଷ୍ଟ ସାମ୍ବାଦିକ ସରୋଜ ସାହୁ, ଦୟାନନ୍ଦ ଖାଡାଙ୍ଗା, ମନୋଜ ସାହୁ, ମୋହନ ଗରଡ଼ିଆ ସହଯୋଗ କରିଥିଲେ।

Related Post

କୁଳୁତା ସମାଜର ସପ୍ତମ ଜିଲ୍ଲା ସ୍ତରୀୟ ମହାସଭା

Posted by - June 13, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସରସରା ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ସପ୍ତମ ଜିଲ୍ଲା ସ୍ତରୀୟ କୁଳୁତା ମହାସଭା ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ…

ମୁଖିଗୁଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ରେ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ସାମଗ୍ରୀ ଚୋରି କଲେ ଦୁର୍ବୃତ୍ତ

Posted by - June 5, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ରୁ ଚୋର ମାନେ ଲକ୍ଷାଧିକ…

ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଂଚ ପଦବୀ ପାଇଁ ଉପ ନିର୍ବାଚନ

Posted by - November 26, 2019 20
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଂଚ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।  ସୁକିନ୍ଦା…

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ

Posted by - July 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟିର ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ…

ପୁରୁଣା କଟକରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Posted by - November 2, 2022 0
ବୌଦ୍ଧ  : (ଚିତ୍ତରଞ୍ଜନ ସିଂହ)  ବୌଦ୍ଧ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ, ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବୌଦ୍ଧରେ…