କେସିଙ୍ଗା;( ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରକାରୀ ବିଦ୍ୟାଳୟ ର ୬୪ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବିଦ୍ୟାଳୟ ପଡିଆ ରେ ଥିବା ବୁଢା ଡଙ୍ଗର ମଞ୍ଚ ରେ କାଳୀ ଅନୁଷ୍ଠିତ ହୋଇଯାଇଛି।ଏଥି ରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇ ଶିକ୍ଷା ର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।ଏବେ ୫ଟି ରେ ଟ୍ରାନ୍ସଫର୍ମର ମେସେନ ପାରେ ସ୍କୁଲ ଗୁଡ଼ିକ ବେସରକାରୀ ସ୍କୁଲ ଠାରୁ ବି ଭିତିଭୁମି ରେ ଅଧିକ ହୋଇ ଯାଇଛି।
ସେହିପରି ଓ ସେ ପା ର ନିର୍ଦ୍ଦେଶକ ତଥା ପୋଷ୍ୟ ସ୍କୁଲ ଭାବରେ ଏହି ସ୍କଲ କୁ ଗ୍ରହଣ କରିଥିବା ଆଇ ଏ ଏସ ଅନୁପମ ସାହା କହିଛନ୍ତି ଯେ ସେ ଏହି ସ୍କୁଲ ରୁ ହିଁ ପଢି ଆଜି ଆଇ ଏ ଏସ ଅଧିକାରୀ ହୋଇଛନ୍ତି ବୋଲି କହି ପ୍ରେରଣା ଦାୟକ ଭାଷଣ ଦେଇଥିଲେ।ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ଡା ଉମେଶ ଚନ୍ଦ୍ର ଶତପଥୀ ଯୋଗଦାନ କରି ଛାତ୍ର ଛାତ୍ରୀ ଙ୍କ ଆଗ୍ରହ ଓ ରୁଚି ଅନୁଯାୟୀ ପାଠ ପଢେଇଲେ ଏକ ଛାତ୍ର ର ସୁନ୍ଦର ଭବିଷ୍ୟତ ହୋଇପାରିବ ଏବଂଏଥିପାଇଁ ଛାତ୍ର ର ଉଦ୍ୟମ ଜରୁରୀ ବୋଲି କହିଥିଲେ।
ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବି ମୁରଲୀ ଆଚାରୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବ ରେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର,ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନ ଏ ସି ଅଧକ୍ଷ ନୃପ ରାଜ୍ ଯାଦବ ,ଅବସର ପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ବବରୁ ବାହାନ ପ୍ରଧାନ ଯୋଗଦାନ କରିଥିଲେ।ଏହି ଅଵସର ରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ହେମନ୍ତ କୁମାର ବାଗଓ ବିକ୍ରମ ଦେବ ସାହୁ।