ପେନସିଲ ମୁନରେ ଅବିକଳ ଚିତ୍ର ଆଙ୍କିଦେଉଛନ୍ତି ସମ୍ବାରୁ

102 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ଉପାନ୍ତ ଅଞ୍ଚଳରେ ବିକଶିତ ପ୍ରତିଭା। ସ୍ୱାଧୀନତା ସଂଗ୍ରାମୀଙ୍କ ଠୁ ଆରମ୍ଭ କରି ନେତା, ଅଭିନେତା ଓ କ୍ରୀଡ଼ାବିତ ଙ୍କ ଚିତ୍ର କୁ ନିଜ ପେନସିଲ ମୁନ ରେ ଜୀବନ୍ତ କରିଦେଉଛନ୍ତି ଏହି ଚିତ୍ରକାର । ସତରେ ପେନସିଲର ମୁନରେ ଏମିତି ଚିତ୍ର ଆଙ୍କୁଛନ୍ତି ଯେ ଚିତ୍ର ଗୁଡ଼ିକ ଜୀବନ୍ତ ହୋଇ ଉଠୁଛି । ବିନା ପ୍ରଶିକ୍ଷଣ ରେ ଚିତ୍ର ଆଙ୍କିବା ଶିଖୁଛନ୍ତି ଏହି ଚିତ୍ରକାର ଜଣଙ୍କ । ପ୍ରଥମେ ସେ ପେନସିଲ ଦ୍ଵାରା ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଫଟୋ ଚିତ୍ର ଆଙ୍କି ଥିବାରୁ ଚିତ୍ର ଟି ବେଶ୍ ଆକାର୍ଣୀୟ ହୋଇଥିଲା।

ଏଭଳି ଚିତ୍ର ଆଙ୍କୁଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ହରଭଙ୍ଗା ଗ୍ରାମ ର ସମ୍ବାରୁ ନାୟକ। ହାତରେ ପେନସିଲ ଓ ଧଳା କାଗଜରେ ଅଙ୍କନ କରି ଚାଲିଛନ୍ତି ପ୍ରତିଟି ଚିତ୍ରକୁ। ବିନା ପ୍ରଶିକ୍ଷଣ ରେ ଏଭଳି ଚିତ୍ର କଳା ତାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରମାଣ ଦେଉଛି। ସମ୍ବାରୁ ଙ୍କ ବାପା ଶରତ ନାୟକ ଗତ ୧୦ବର୍ଷ ହେଲା ନିଖୋଜ ହେଇଯାଇଥିବା ବେଳେ ମା ପ୍ରାଣେଶ୍ବରୀ ନାୟକ ଦିନ ମଜୁରୀଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଦୁଃଖ କଷ୍ଟରେ ସମ୍ବାରୁ ଯୁକ୍ତ ଦୁଇ କଳା ପଢିବା ପରେ ମାଧ୍ୟମିକ ପ୍ରଶିକ୍ଷଣ ସାରି ବର୍ତମାନ ଯୁକ୍ତ୩ ର ଶେଷ ବର୍ଷରେ ପାଠ ପଢୁଛନ୍ତି। ହେଲେ ଚିତ୍ରକଳା ପ୍ରତି ଇଚ୍ଛା ଥିବା ସତ୍ୱେ ବଣ ମଲ୍ଲି ବଣ ରେ ଫୁଟି ମଉଳି ଗଲା ଭଳି ଆଗକୁ ବଢିବାକୁ ସୁଯୋଗ ମିଳୁନଥିବା କହିଛନ୍ତି।

ବର୍ତମାନ ସୁଦ୍ଧା ସମ୍ବାରୁ ଙ୍କ ପେନସିଲ ମୁନରୁ ଡ଼ଃ ଆମ୍ବେଦକର,ପଦ୍ମଶ୍ରୀ ହଳଧର ନାଗ,କ୍ରୀଡ଼ାବିତ ବିରାଟ କୋହଲି,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଭଲି ବିଶିଷ୍ଟ ବ୍ୟକ୍ତି ଏବଂ ସାଙ୍ଗ ସାଥି ପିଲାଙ୍କ ଅନେକ ଅବିକଳ ଫୋଟ ପେନସିଲ ମୁନରେ ଆଙ୍କିଛନ୍ତି ସମ୍ବାରୁ। ଏହି ଚିତ୍ର କୁ ନେଇ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ପୁରସ୍କୃତ ମଧ୍ୟ ହୋଇଛନ୍ତି ।ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବି ବେଶ ଚର୍ଚ୍ଚା ହୁଏ।

ସମ୍ବାରୁ ଏତେ ସୁନ୍ଦର ଫୋଟ ଆଙ୍କୁଛନ୍ତି ଯେ ନିଜ ନିଜ ଫୋଟ ଆଙ୍କିଦେବାକୁ ସମ୍ବାରୁ ଙ୍କ ଘର ସାମ୍ନାରେ ଭିଡ଼ ଜମାଇଁ ଥାଆନ୍ତି ସାଙ୍ଗ ସାଥି। ଷଷ୍ଠ ଶ୍ରେଣୀ ରୁ ଚିତ୍ର ପ୍ରତି ଦୁର୍ବଳତା ଥିଲା ଉଚ୍ଚ ଶିକ୍ଷା ପରେ ଚିତ୍ର କଳାକୁ ନେଇ ଶିକ୍ଷା ଗ୍ରହଣ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଭାଗ୍ୟ ସାଥ ଦେଇ ନଥିଲା । ଦୁର୍ଭାଗ୍ୟ ବଶତ ନିଜ କଳାକୁ ପେଶା କରିପାରିନାହାନ୍ତି । ସମ୍ବାରୁ ଙ୍କ ଚିତ୍ର କୁ ସମସ୍ତେ ପ୍ରଶଂସା କରିଥିଲେ ମଧ୍ୟ କୌଣସି ସୁଯୋଗ ମିଳୁନଥିବା କହନ୍ତି ଗ୍ରାମବାସୀ। ଯଦି ସମ୍ବାରୁ ଙ୍କୁ ସରକାରୀ ଏବଂ ବେସରକାରୀ ସହାୟତା ଓ ପ୍ରୋତ୍ସାହନରାଶି ଯୋଗାଇ ଦିଆଯାଏ ତେବେ ଚିତ୍ର କୁ ପେଶା କରି ଜିଲ୍ଲା ଏବଂ ରାଜ୍ୟ ସ୍ତର ରେ ନିଜ ପ୍ରତିଭା କୁ ପ୍ରତିପାଦନ କରିପାରିବା ର ଦକ୍ଷତା ତାଙ୍କ ପାଖରେ ରହିଛି।

Related Post

ଆମେରିକାରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ଉଦ୍‍ଘାଟିତ

Posted by - July 8, 2021 0
ବରୀ: 🙁 ସ୍ନେହାଂଶୁ ଶେଖର ମହାନ୍ତି )ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଟେକ୍‍ସାସ୍‍ ରାଜ୍ୟର ହ୍ୟୁଷ୍ଟନ ମହାନଗରୀରେ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ନିକଟରେ ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି ।…

ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକ ପଡା ଗ୍ରାମ ର କିଛି ଦୂରରେ ପାତାଳୀ ଶ୍ରୀକ୍ଷେତ୍ର ବା ନାଏକପଡା ଗୁମ୍ଫା…

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

Posted by - September 23, 2019 1,102
ବଡ଼ବିଲ : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରସିଦ୍ଧ ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ବିକାଶ ସମିତି ସଦ୍ୟ ବେସାହାରା ହୋଇଥିବା…

“ସମ୍ବଳ” ପକ୍ଷରୁ ଅସହାୟ ବ୍ୟକ୍ତିର ଶବ ସତ୍କାର

Posted by - December 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) “ସମ୍ବଳ” ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଆଜି ଜଣେ ଅସହାୟ ବ୍ୟକ୍ତି ର ଶବ ସତ୍କାର କରାଯାଇଥିଲା l ଗତ ୭.୧୨.୨୧ ରିଖ ଠାରୁ…

ନୂଆଗୁଡା ଗାଁରେ କ୍ୟାନସର ରୋଗରେ ପୀଡିତ ମହିଳାଙ୍କୁ ବାଟ ଖର୍ଚ୍ଚ ଯୋଗାଇଦେଲେ ଜିଲା ପରିଷଦ ସଭ୍ୟା

Posted by - March 27, 2022 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ନୂଆଗୁଡା ଗାଁରେ କ୍ୟାନସର ରୋଗରେ ପୀଡିତ ମହିଳାଙ୍କୁ ଭେଟି ଆଜି ମାଥିଲି ଜୋନ – ୩ ର ଜିଲା…