ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ତା ୧୧/୨/୨୩ କଳାହାଣ୍ଡି ଜିଲ୍ଲା ଧର୍ମଗତ ନଗର ମଣ୍ଡଳ ଠାରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ବଳିଦାନ ଦିବସ ଓ କାର୍ଯ୍ୟ କାରିଣୀ ବୈଠକ ନଗର ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ବୈଠକରେ ମୁଖ୍ୟଅତିଥି ଭାବେ କେନ୍ଦ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଧନଞ୍ଜୟ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ନଗର ପାଳ ଅଶୋକ ମହାନ୍ତି ଯୋଗ ଦେଇଥିଲେ
ସେହି ପରି ନଗର ଦୁଇ ଜଣ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଓ ଘନଶ୍ୟାମ ଭାଟି ନଗର ଯୁବ ମୂର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର କାଉନସିଲ ଜିତୁ ଵାଗ ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଏବଂ ଭାରତ ମାତା ଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରିଥିବା ଏବଂ ଜାତୀୟ ସଙ୍ଗୀତ ଗାନ କରି ଥିଲେ ନଗର ସଭାପତି ଶ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ନଗର ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।