ଖପ୍ରାଖୋଲ: ୧୦/୦୨ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ରେଞ୍ଜ ଅଧୀନ ତୁରେକେଲା ଥାନା ମହୁଲପାଟି ଗାଁ ରେ ବନବିଭାଗ ଚଢାଉ କରି ବିପୁଲ ପରିମାଣ ର ଖଇର କାଠ ଜବତ କରିଥିବା ଜଣାପଡିଛି । ଏଥିସହ ଟ୍ରକ୍ ଚାଳକ ଛତିଶଗଡ଼ , ଟାଟିବନ୍ଦ ହୀରାପୁର ଗ୍ରାମର ମନ୍ଦିପ ସିଂ ପାନୁ କୁ ଅଟକ ରଖି ଫରେଷ୍ଟର ସାଗରିକା ସେଠ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ସୁଚନା ଅନୁସାରେ ମହୁଲପାଟୀ ଗ୍ରାମ ଶଙ୍କରପଡା ନିକଟ ରେ ଏକ ଅଠର ଚକିଆ ଟ୍ରକରେ ଅଭିନବ ଉପାୟ ରେ ବାହାର ରାଜ୍ୟ ଓ ଛତିଶଗଡ଼ର କାଠ ମାଫିଆ ସ୍ଥାନୀୟ କିଛି ଦଲାଲ କୁ ଧରି ଦୀର୍ଘ ଦିନ ହେବା କାଠ ଚୋରା ଚାଲାଣ କରି ଚାଲିଥିଲେ ।:
ଗୁରୁବାର ଦିନ କାଠ ମାଫିଆ ମାନେ କାଠ ଚୋରା ଚାଲାଣ କରୁଥିବା ବେଳେ ବନବିଭାଗ ର କର୍ମଚାରୀ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ । ଲାଠୋର ରେଞ୍ଜର ପ୍ରଭାତୀ ସେଠ ଛୁଟିରେ ଥିବାରୁ ଫରେଷ୍ଟର ସାଗାରିକା ସେଠ ଙ୍କ ନେତୃତ୍ୱ ରେ ଏକ ଟିମ୍ ଗଠନ କରି ଚଢ଼ାଉ କରାଯାଇଥିଲା । ଟିମ୍ ରେ ଫରେଷ୍ଟର ସମୀର ମହାପାତ୍ର ଫରେଷ୍ଟ ଗାର୍ଡ ଇନ୍ଦ୍ରମଣି ବେହେରା , ଗୋଲକବିହାରି ବାରିକ ଓ ପାରା ସ୍କ୍ୱାର୍ଡ ସାମିଲ ହୋଇଥିଲେ । ଚଢ଼ଉ ସମୟରେ ଟ୍ରକ୍ ଭିତର ପଟେ ଖଇର ଓ କେନ୍ଦୁ କାଠ ଗାଣ୍ଡୀ ବୋଝେଇ କରାଯାଇଥିବା ବେଳେ କାଠ ଗାଣ୍ଡୀ ଉପରେ କପା ମଞ୍ଜି ବୋଝେଇ କରି ଛତିଶଗଡ଼ ରାଜ୍ୟ କୁ ବେଆଇନ ଚାଲାଣ କରାଯାଉଥିବା ବନବିଭାଗ ତରଫରୁ ସୂଚନା ମିଳିଛି ।
ଜବତ ହୋଇଥିବା କାଠ ଆନୁମାନିକ ୩୦୦ ଗାଣ୍ଡୀ ଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ବିଗତ କିଛି ଦିନ ପୂର୍ବରୁ କୁର୍ଲୁମାଲ୍ ନିକଟ ବାଘେନ ସଂରକ୍ଷିତ ଜଙ୍ଗଲ ରୁ ମଧ୍ୟ ଏକ ଟ୍ରକ୍ଟଟର ରେ ବଲି କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଜବତ କରି ତଦନ୍ତ କରୁଥିବା ସୂଚନା ରହିଛି । ପ୍ରକାଶ ଯେ ଲାଠୋର ଅଞ୍ଚଳରେ ଦିନକୁ ଦିନ ବାହାର ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳରେ ବେଆଇନ କାଠ ବ୍ୟବସାୟୀ ମାନେ ଆଡ୍ଡା କରି ବାହାର ରାଜ୍ୟକୁ ବେଆଇନ କାଠ ଚାଲାଣ କରୁଥିବାରୁ ଏନେଇ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ପରିବେଶ ପ୍ରେମୀ ମାନେ ଦାବି କରିଛନ୍ତି