ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ହେରଫେର ଓ ଅନିୟମିତତା ଅଭିଯୋଗରେ ବ୍ଲକ ଘେରାଉ

63 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମୁକେଶ ଜୈନଙ୍କ ଅଦ୍ଧକ୍ଷତାରେ ଏବଂ ବଲାଙ୍ଗୀର ଜିଲ୍ଲାର ସଭାପତି ଶ୍ରୀ ଶିବାଜି ମହାନ୍ତି ଙ୍କ ନେତୃତ୍ୱରେ ଧବଳେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ଥିବା ଲୋକଙ୍କୁ ସାଙ୍ଗରେ ଧରି ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଏହି ଶୋଭାଯାତ୍ରାରେ ବିଜେପି ନେତା ମହେନ୍ଦ୍ର ଠାକୁର, ଯୁବନେତା ନରସିଂହ ସିଂ, ନବୀନ ଜୈନ, ଆଲୋକ ନାୟକ,ବିଭିନ୍ନ ମଣ୍ଡଳର ସଭାପତି ଏବଂ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

ସେମାନଙ୍କ କହିବାନୁଯାୟୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବହୁ ଆକାଂକ୍ଷିତ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।୨୦୧୮/୧୯ ରେ ଯେଉଁ ଯୋଗ୍ୟ ହିତାଧିକାରୀ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା। ସେହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଯୋଗୁଁ ବିଜେପି ଦଳ ପକ୍ଷରୁ ଘୋର ବିରୋଧ କରିବା ସହ ତିନି ବର୍ଷ ଧରି ତାଲିକାକୁ ଠିକ୍ କରିବାକୁ ଆନ୍ଦୋଳନ କରି ଆସୁଛନ୍ତି। ଟିଟିଲାଗଡ ବ୍ଲକରେ ମଧ୍ୟ ବିଡ଼ିଓ ଏବଂ ତାଙ୍କ କାର୍ଯ୍ୟ।ଳୟର କର୍ମଚାରୀ ମାନେ ସ୍ଥାନୀୟ ବିଧାୟିକା ତଥା ସ୍ଥାନୀୟ କେବିନେଟ ମନ୍ତ୍ରିଙ୍କ ଇଙ୍ଗିତରେ ମୁହଁ ଦେଖା କାରବାର/ ନିଜ ଦଳର ଲୋକଙ୍କୁ ଏହି ଘର ବଣ୍ଟନ କରିଥିବା ଗୁରୁତର ଅଭିଯୋଗ କରିଥିଲେ ଶ୍ରୀ ମୁକେଶ ଜୈନ।

ଇତି ମଧ୍ୟରେ ରାଜ୍ୟ ସରକାର ଓଡ଼ିଶାର ୨୭ ଲକ୍ଷ ଲୋକଙ୍କ ପାଇଁ ଘର ଆବଶ୍ୟକ ବୋଲି ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ଏକ ଲକ୍ଷ ଘର ଅଧିକ ପ୍ରଦାନ କରିଛନ୍ତି । ଦୁର୍ଭାଗ୍ୟର କଥା ଯେ ବର୍ତ୍ତମାନର ତାଲିକାରେ ପାଖାପାଖି ତିନି ଲକ୍ଷ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ରହିଥିବାରୁ ଯୋଗ୍ୟ ହିତାଧିକାରୀ ମାନେ ବଞ୍ଚିତ ହୋଇଛନ୍ତି। ଶାସକ ଦଳର ଇଙ୍ଗିତରେ ଏହି ପ୍ରକାଶିତ ତାଲିକା ଅନୁଯାୟୀ ପାଖାପାଖି ତିନି ଲକ୍ଷରୁ ଅଧିକ ଅଯୋଗ୍ୟ ହିତଧୀକାରୀଙ୍କ ନାମ ସଂଯୋଗ କରାଯାଇଛି ବୋଲି ଜିଲ୍ଳା ସଭାପତି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ଆଗାମୀ ସାତ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦାବି କରିବା ସହ ଯଦି ଏହାକୁ ଅଣଦେଖା କରନ୍ତି ତାହେଲେ ଆଗାମୀ ଦିନରେ ଘର ପାଇବାରୁ ବଞ୍ଚିତ ଥିବା ଲୋକଙ୍କ ସହଯୋଗରେ ବିଜେପି ଅନିର୍ଦ୍ଦିଷ୍ଟ କାଳପାଇଁ ବ୍ଲକ ଅଫିସ ଘେରାଉ ଠାରୁ ବିଧାନସଭା ପର୍ଯ୍ୟନ୍ତ ଘେରାଉ କରିବ ବୋଲି ଚେତାଇ ଦେଇଛି।

Related Post

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନର ବିଜେଡି ସାଙ୍ଗଠନିକ ବୈଠକ

Posted by - November 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନ ର ବିଜେଡି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ ମୁଖ୍ୟଅତିଥି…

ରୀତାଙ୍କ ବିଜୟ; ଭାଙ୍ଗିଲେ ରେକର୍ଡ

Posted by - October 24, 2019 0
ବିଜେପୁର: ବିଜେପୁର ବିଧାନସଭା ଉପନିର୍ବାଚନର ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟିନୀ ହେବାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ରୀତା ସାହୁ କହିଛନ୍ତି…

ବୌଦ୍ଧ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତସାମନ୍ତଙ୍କ କୃତଜ୍ଞତା…

Posted by - June 12, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)କନ୍ଧମାଳ ସାଂସଦ ଡଃ ଆଚ୍ୟୁତସାମନ୍ତ ପଶ୍ଚିମଓଡ଼ିଶା ବିକାଶ ପରିଷଦ ବୈଠକରେ ଯୋଗ ଦେଇଥିଲେ।ପଶ୍ଚିମଓଡ଼ିଶା ତଥା ବିଶେଷତଃ କନ୍ଧମାଳ ସାଂସଦିୟ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ…

ବାଲିଆପାଳ ବ୍ଲକ ହରିଜନ ସେଲ୍ ସଭାପତି ପୂର୍ବତନ ସରପଂଚ ମହେଶ୍ୱର ଜେନା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ

Posted by - December 18, 2021 0
ବାଲିଆପାଳ:ଗରିବ ର ବନ୍ଧୁ ଅସହାୟ ର ସାହାରା ସେ ନିରାଶ୍ରୟ ଙ୍କ ଆଶ୍ରୟ ସେ। ରାସ୍ତା ରେ ଯାଉଥିବା ବେଳେ କେହି ଅଟକାଇଲେ ହସି ହସ ମୁହଁ…

ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ

Posted by - October 8, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ । ସ୍ତାନୀୟ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତିକା…