ଖପ୍ରାଖୋଲ: ୦୭/୦୨ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ର ନୂତନ ସଭାଗୃହ ଠାରେ ବୁଥ ଲେବେଳ ଅଫିସର ଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ବୈଠକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିକାଶ ବାର୍ଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ପାଟଣାଗଡ ଉପ ଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ , ସମ୍ମାନିତ ଅତିଥି ରୂପେ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସି ଡି ପି ଓ ସୁଜାତା ଦୋରା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଅନଲାଇନ ଭୋଟର ତାଲିକା ସଂଶୋଧନ ସହିତ ନିର୍ବାଚନ ସଂକ୍ରାନ୍ତୀୟ କାମ ଉପରେ ଆଲୋଚନା ହୋଇଥିଲା ।
ଭୋଟର ସଂଶୋଧନ ଓ ଭୋଟର ତାଲିକା ସହ ଆଧାର ସଂଯୋଗି କରଣ ଉପରେ ସମସ୍ତ ବି ଏଲ ଓ ଙ୍କୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ସ୍ତରରେ ପାଟଣାଗଡ ଉପଖଣ୍ଡ ସମ୍ବର୍ଦ୍ଧିତ ହୋଇଥିବାରୁ ଉପଜିଲ୍ଲପାଳ ସମସ୍ତଙ୍କୁ ଶ୍ରେୟ ବିଏଲ୍ ଓ ଙ୍କୁ ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ସମସ୍ତ କର୍ମଚାରୀ ଆନ୍ତରିକତା ସହ ନିଜ କର୍ତ୍ତବ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। ବୈଠକରେ ବ୍ଲକ ର ଶତାଧିକ ଶିକ୍ଷକ ଓ ଅଙ୍ଗନୱାଡ଼ି କର୍ମୀ ତଥା ବି ଏଲ ଓ ଯୋଗ ଦେଇଥିଲେ ।