ଟପର୍ଣ୍ଣା ଗ୍ରାମରେ କୃଷକ କ୍ଷେତ୍ର ଦିବସ ପାଳିତ

60 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା, କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତ ସ୍ଥିତ ଟପର୍ଣ୍ଣା ନିକଟସ୍ଥ ତେଲ ନଦୀ ଆମ୍ବତୋଟାରେ ଆଇକାର୍ଡ଼ା ଦ୍ଵାରା ଆୟୋଜିତ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଘଣ୍ଟାପଡ଼ା ଜୋନର ୮ଟି ପଞ୍ଚାୟତର ଆଇକାଡ଼ା ଦ୍ଵାରା ଅନୁବନ୍ଧିତ କୃଷକ ସଂଘର ସଭାପତି ଓ ସଂପାଦକଙ୍କୁ ନେଇ ପାଳିତ ଦିବସରେ ମୁଖ୍ଯଅତିଥିଭାବେ କଣ୍ଟାମାଳଦା ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଚାନ୍ଦିନୀ ପ୍ରଧାନ ଯୋଗଦେଇ ଓଡ଼ିଶା ସରକାର କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରାଇଥିଲେ।

ସେହିପରି ଆଇକାଡ଼ାର ବୌଦ୍ଧ ଜିଲ୍ଲା ନିର୍ଦ୍ଦେଶକ ଜ୍ଞାନପ୍ରକାଶ ବାରିକ ଯୋଗଦେଇ ଖରିଫ ଋତୁରେ ଯୋଗାଇ ଦିଆଯାଇଥିବା ହରଡ଼ ବିହନରେ ଉପକୃତ ଚାଷୀମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଥିଲେ ଓ ଚଳିତ ବର୍ଷ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାକୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଲୁତାଯୋରର ଗ୍ରାମ୍ୟ କୃଷି କର୍ମଚାରୀ ରାଧାବଲ୍ଲଭ ରଣା, ଚାଷୀନେତା ତଥା ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧୂ ସତ୍ଯ ନାରାୟଣ ମାଝୀ, ଆଇକାଡାର କଣ୍ଟାମାଳ ପ୍ରକଳ୍ପ ସଂଯୋଜକ ଶ୍ରୀମତୀ ସଙ୍ଗିତା ମେହେର ଓ କଣ୍ଟାମାଳ କୃଷି ସହାୟକ ପ୍ରକାଶ କୁମାର ସାହୁ ଯୋଗଦେଇ ଚାଷ ଓ କୃଷକର କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।

Related Post

ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ଆକ୍ରମଣ କଲେ ଶାଶୁ ଘର ଲୋକେ

Posted by - July 18, 2022 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ଆକ୍ରମଣ କଲେ ଶାଶୁ ଘର ଲୋକେ l ଯାଜପୁର ଜ଼ିଲ୍ଲା ଧର୍ମଶାଳା ଥାନା ଅନ୍ତଗତ କଣ୍ଟିଗଡ଼ିଆ ଗ୍ରାମର…

ଅତାବିରା ସମ୍ବାଦ ସାହିତ୍ୟ ଘର ତରଫରୁ ବାବେବିରା ଝାଇଁ ଜୋରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Posted by - July 25, 2022 0
ବରଗଡ :(ରମାକାନ୍ତ ବିଶ୍ଵାଳ) କଳା ସାହିତ୍ୟକୁ ପ୍ରୋତ୍ସାହନ ଦେଇ କବି କଲାକାର ମାନଙ୍କୁ ଏକ ଭିନ୍ନ ପରିଚୟ ଦେଇ ଆଗେଇ ଆସୁଥିବା ଅତାବିରା ସମ୍ବାଦ ସାହିତ୍ୟ ଘର…

ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

Posted by - November 12, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ହୀରାକୁଦର ଲରପଙ୍କ ଠାରେ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ନଗର ସ୍ୱାସ୍ଥ୍ୟ ସମିତି…

ବିଜାତଳାଠାରେ ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ତାଲିମ ଶିବିର

Posted by - February 24, 2023 0
ରାଇରଙ୍ଗପୁର:ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ୍ ର ବିଜାତଳାଠାରେ ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଶିବିରରେ ରାଇରଙ୍ଗପୁର ରେଂଜର ସତ୍ୟବ୍ରତ ପଟ୍ଟନାୟକ,ବିଜାତଳା…

ଟ୍ରକ ଧକ୍କା ରେ ବାଇକ ଆରୋହି ମୃତ୍ୟୁ

Posted by - March 4, 2023 0
ମୁନିଗୁଡା :(ରମାକାଂତ ପୋଧାଲ୍)ମୁନିଗୁଡା ଭବାନୀପାଟଣା ମୁଖ୍ୟ ରାସ୍ତା ରେ କିଛିଦିନ ହେବ କ୍ରମାଗତ ଭାବରେ ଦୁର୍ଘଟଣା ଘଟୁ ଥିବାବେଳେ , ଆଜି ଦହିଖାଲ ପେଟ୍ରୋଲ ପମ୍ପ ଆଗରେ…