ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ମଙ୍ଗଳବାର ଦିନ ପଞ୍ଚଦଶ ଦଳ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଶିଶୁ ଭାଇ ଭଉଣୀ ମାନଙ୍କର ପରୀକ୍ଷା ର ସଫଳତା ପାଇଁ ଶୁଭ ଜାଚଜ୍ଞା କରି ମା’ଭୈରବୀ ଙ୍କ ଆଶୀର୍ବାଦ ଲାଭ ନିମନ୍ତେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ଏହି ନିଷ୍କ୍ରମଣ ଉତ୍ସବ ରେ ଶିଶୁ ମାନଙ୍କର ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଉପରେ ଶ୍ରୀ ରବିନାରାୟଣ ପ୍ରଧାନ-(ପୂର୍ବତନ ସମ୍ପାଦକ ), ଶ୍ରୀ ମୃତ୍ୟୁଞ୍ଜୟ ସାହୁ-(ପୁର୍ବତନ କୋଷାଧ୍ୟକ୍ଷ ), ଶ୍ରୀମତୀ ମିନତୀ ବେହେରା- ସଦସ୍ୟା ଆଦି ମାର୍ଗଦର୍ଶନ ଦେଇଥିଲେ ।
ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ-ଶ୍ରୀ ମକଦ୍ଦମ ମହାରଣା ଏହି ନିଷ୍କ୍ରମଣ ଉତ୍ସବ ର ସଞ୍ଚାଳନ କରିଥିଲେ ଓ ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର କୁମାର ପ୍ରଧାନ ଓ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ଯା ସହଯୋଗ କରି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ ।ଆଚାର୍ଯ୍ଯା ଶ୍ରୀମତୀ ପ୍ରତିମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।