ବୌଦ୍ଧ :୬/୦୨(ଚିତ୍ତରଞ୍ଜନ ସିଂ)ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଠାବ । ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଗୌଡ଼ଦେଇ ଇଂଜିନିୟରିଂ କଲେଜ ପଛ ପାଖ ଜଙ୍ଗଲରୁ ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚିୟ ହେଲା ଜମୁପାଲିର ଅଜିତ ଭୋଇ ଓ ଯୁବତୀଙ୍କ ପରିଚୟ ମିଳୁନାହିଁ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜମୁପାଲିର ଅଜିତ ଭୋଇ ଜଣେ ବିବାହିତ ସହିତ ତାଙ୍କର ଗୋଟେ ଝିଅ ଓ ପୁଅ ରହିଛି। ତେବେ ଅଜିତ କାମ କରିବାକୁ ତାମିଲନାଡୁ ଯାଇଥିବା ବେଳେ ସେଠାରେ ଜଣେ ଓଡ଼ିଆ ଯୁବତୀଙ୍କୁ ପ୍ରେମ କରି ଘରକୁ ଆଣିଥିଲେ ।
ଏହି କଥାକୁ ଘର ଲୋକ ଓ ସ୍ତ୍ରୀ ସହଜରେ ଗ୍ରହଣ କରି ନପାରି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ବାପ ଘରକୁ ଚାଲିଯାଇଥିବା ବେଳେ ଅଜିତ ନିଜର ପ୍ରେମିକଙ୍କ ସହ ରହୁଥିବା ଘର ଲୋକଙ୍କୁ ବି ପସନ୍ଦ ନଥିବା ଜଣାପଡିଛି । ତେବେ ଆଜି ସକାଳୁ ଗୌଡ଼ଦେଇ ସ୍ଥିତ ସରକାରୀ ଇଂଜିନିୟରିଂ କଲେଜ ପଛପଟ ଜଙ୍ଗଲରୁ ଉଭୟ ପ୍ରେମୀ ଯୁଗଳଙ୍କ ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।