ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜାତି ଭିତରେ ଶ୍ରେଷ୍ଠ ଜାତି ହେଉଛି ବ୍ରାହ୍ମଣ । ପୂର୍ବରୁ ଚାଲି ଆସିଥିବା ପରମ୍ପରା ସହିତ ଏହି ବର୍ଗର ଲୋକ ଆଜିବି ପୂଜାର୍ଚ୍ଚନାଠୁ ଆରମ୍ଭ କରି ମଲା କାର୍ଯ୍ୟ ଏମାନଙ୍କ ବିନା ଅଧୁରା । ସହରରେ ବହୁତ ପୂଜକ/ପଣ୍ଡିତ ଥିବା ବେଳେ ପୂଜକ ପଣ୍ଡିତ ମାନଙ୍କ ସଙ୍ଘଟିଏ ନ ଥିଲା, ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ର ବିଭିନ୍ନ ମନ୍ଦିରର ପୂଜକ ଓ କର୍ମକାଣ୍ଡ କରୁଥିବା ପଣ୍ଡିତ ମାନେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।
ଏହି ସହରର ବିଭିନ୍ନ ମନ୍ଦିରରେ ପୂଜା କରୁଥିବା ପୂଜକ, କର୍ମ କାଣ୍ଡ କରି ନିଜର ପେଟପୋଷଣ କରୁଥିବା ଯଜମାନମାନେ ସମସ୍ତେ ଉପସ୍ଥିତ ରହି ଏକ ସଂଘ ଗଠନ କରିବାକୁ ନିଷ୍ପତି ନେଇଥିଲେ, ସମସ୍ତେ ନିଜ ନିଜର ମତ ଦେବା ପରେ ଏକ ସଂଘ ଗଠନ ନିହାତି ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ତାପରେ ଉପସ୍ଥିତ ସଦସ୍ୟ ମାନେ ଟିଟଲାଗଡ ପୂଜକ ବ୍ରହ୍ମ ସମାଜ ନାମକରଣ କରାଯାଇଛି। କିଛି ଦିନ ଭିତରେ ଏହାର ପଞ୍ଜିକରଣ ଏବଂ କର୍ମକର୍ତ୍ତା ଚୟନ କରାଯିବାର ନିଷ୍ପତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି।