ଦକ୍ଷିଣି ଶୌଣ୍ଢିକ ମହାସଂଘର ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

85 0

ଧର୍ମଗଡ଼:୫/୨(ହେମନ୍ତ କୁମାର ମାଝୀ)ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ଏକ ବୈଠକ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ଶ୍ରୀ ବିଦ୍ୟାଧର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଜୁନାଗଡ ଓ ଧର୍ମଗଡ ବ୍ଲକ ଆଞ୍ଚଳିକ କମିଟିର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ସମାଜ ସମ୍ପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ। ଦୃଷ୍ଟିରୁ ବିଭିନ୍ନ ପ୍ରସ୍ତାବ ମାନ ଦିଆଯାଇ ଏହା ଉପରେ ଆଲୋଚନା ହୋଇଥିଲା।

ଏନେଇ ଶୌଣ୍ଢିକ ମହାସଂଘର ମହାସଭାର ବାର୍ତା ସମାଜର ପ୍ରତ୍ୟେକ ସଭ୍ୟଙ୍କ ନିକଟରେ ପହଞ୍ଚାଇବା ଆଭିମୁଖ୍ୟ ନେଇ ଏକ ସଦୃଶ୍ୟ ରଥ ସାମାଜିକ ସନ୍ଦେଶ ନେଇ ଜିଲ୍ଲାର ସମସ୍ତ ଅଞ୍ଚଳ ପରିକ୍ରମା କରିବ ଓ ଏହି ରଥକୁ ଧର୍ମଗଡ ଓ ଜୁନାଗଡ ଆଞ୍ଚଳିକ କମିଟି ପକ୍ଷରୁ ଭବ୍ୟ ସ୍ବାଗତ କରିବା ପାଇଁ ସ୍ଥିର ହୋଇଥିଲା। ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟି ଅଞ୍ଚଳରେ ସଭ୍ୟ ସଂଗ୍ରହ ଓ ସାମାଜିକ ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସଙ୍ଘର ଉପସଭାପତିଙ୍କ ଯଦୁମଣି ସାହୁଙ୍କ ଦେହାନ୍ତ ହୋଇଯାଇଥିବାରୁ କରୁଣାକର ସାହୁଙ୍କୁ ସର୍ବସମ୍ମତି କ୍ରମେ ନୂତନ ଉପ ସଭାପତି ଭାବେ ମନୋନୀତ କରାଯାଇଥିଲା।

ଏହି ବୈଠକରେ ସମାଜର ବରିଷ୍ଠ ସଭ୍ୟ ଶ୍ରୀ ବାସୁଦେବ ସାହୁ, ଗୌରୀ ଶଙ୍କର ସାହୁ, ଭୁବନେଶ୍ୱର ସାହୁ, ହରିହର ସାହୁ, ସିଦ୍ଧେଶ୍ୱର ସାହୁ,ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଥବିର ପ୍ରାସାଦ ସାହୁ, ଧର୍ମଗଡ ଜୁନାଗଡ଼ ବ୍ଲକ ସଂପାଦକ ମନୋଜ କୁମାର ସାହୁ, ସହ ସମ୍ପାଦକ ଲକ୍ଷ ସେନାପତି, କୋଷାଧ୍ୟକ୍ଷ ଶ୍ରୀନିବାସ ସାହୁ, ଗଙ୍ଗାଧର ସାହୁ, ଚିତ୍ରସେନ ସାହୁ, ଚନ୍ଦ୍ରଧ୍ୱଜ ସାହୁ, ପ୍ରଦୀପ କୁମାର ସାହୁ, ଅଜିତ କୁମାର ସାହୁ, ଶରତ କୁମାର ସାହୁ, ସିଦ୍ଧେଶ୍ୱର ସାହୁ, ଇନ୍ଦ୍ରମଣି ସାହୁ, ଶରତ ଚନ୍ଦ୍ର ସାହୁ, ସରୋଜ କୁମାର ସାହୁ,କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ମାହେଶ୍ୱରୀ ଗୋଶାଳାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତl ପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ଗୋ ନବରାତ୍ର, ଗୋ ମୋହତ୍ସବ, କର୍ମଶାଲା ଓ…

ଘୁନଘୁଟି ପଡା ସମସ୍ୟା ନେଇ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର

Posted by - February 12, 2023 0
ଭବାନୀପାଟଣା:,୧୦/୨:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ସମଲେଶ୍ଵରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ରାଜ୍ୟ ସରକାର ଘୁନଘୁଟି ପଡା ବାସୀଙ୍କୁ ବାସହିନ କରିବାକୁ ପ୍ରୟାସ କରୁଛନ୍ତି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ଵାର…

ସୁବର୍ନ ପୁର: ମହଙ୍ଗା ପଡ଼ିଲା ବସ୍‌ ଭିତରେ ପାକିସ୍ତାନ ଜିନ୍ଦାବାଦ ନାରା,ନିରଧୂମ ଛେଚିଲେ ଲୋକ

Posted by - March 1, 2019 924
ପୁଲ୍‌ୱାମା ହମ୍‌ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍‌ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍‌ ସହ ଯାତ୍ରୀଙ୍କୁ…

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପର୍ଯ୍ୟାଲୋଚନା କମିଟି ସମ୍ମିଳନୀ – ୨୦୨୧ ଅନୁଷ୍ଠିତ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଅଶୋକ ମେହେଟା ଠାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା…