ଚାଷୀ ଓ ମଜଦୁର ଜନ ସଚେତନ କାର୍ଯ୍ୟକ୍ରମ

71 0

କାଶୀପୁର:(ରମାକାନ୍ତ ପୋଢାଳ)ରାୟଗଡା କାଶୀପୁର ବ୍ଲକ ଅନ୍ତର୍ଗତ ଗାଡିବାଲି ଗ୍ରାମ ପଞ୍ଚାୟତ ଚିରକାଲ ଗ୍ରାମ ଠାରେ ଚାଷୀ ଏକତା ପରିଷଦ, ଶାଶୁ ବହୁମାଳୀ ଚାରି ଟେବୁଲ ଟ୍ରଷ୍ଟ ଓ ଅଖିଳ ଭାରତୀୟ କିଷାନ ମଜୁଦୁର ସଭା ମିଳିତ ଆନୁକୂଲ୍ୟରେ ଜନ ସଚେତନ ଜାଗରଣ,ଚାଷୀର ବିକାଶ ଓ ଜଙ୍ଗଲ ପରିବେଶ ସୁରକ୍ଷା କୁ ଦୃଷ୍ଟି ରେ ରଖି ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି, ଉକ୍ତ ସଭାରେ ଉପସ୍ଥିତ ଜନ ସାଧାରଣ ଜାନ ଯାଉ ଜୀବନ ଯାଉ ଆମ ଚାଷ ଜମି ବଞ୍ଚିଥାଉ, ଓ ଆମ ମାଟି ମାଆ ବଞ୍ଚିଥାଉ,ନାରା ଦେଇ ଆଗାମୀ ଦିନରେ ହେଉଥିବା ଅଦାନୀ କମ୍ପାନୀ କୁ ବିରୋଧ ପ୍ରଦର୍ଶନ କରିଥିଲେ, ଓ ସେଠିକାର ଜନ ସାଧାରଣ କହିଥିଲେ।

ଏଇଠି କମ୍ପାନୀ ହେଲେ ଆମ ଚାଷ ଜମି ସବୁ ନଷ୍ଟ ହେବ, ଆମ ଜମି ସବୁ କାମ୍ପାନୀ ଛଡେଇ ନେବ, ଆମ ଜଙ୍ଗଲ ଓ ପରିବେଶ ନଷ୍ଟ ହେବ, ଆମର ଜୀବନ ଜୀବିକା ଉପରେ ଦୁର୍ଭିକ୍ଷ ପଡିବ,ଏହିପରି ଜଳନ୍ତା ଉଦାହରଣ ଆମ ଦରାଗୁଡା ଠାରେ ଉତ୍କଳ ଆଲୁମିନା କମ୍ପାନୀ,ରେ ଦେଖିବାକୁ ମିଳୁଛି, କମ୍ପାନୀ ହେଲେ ବିକାଶ ହେବ, ଅଞ୍ଚଳର ଉନ୍ନତି ହେବ କହି ଦିନରେ ଜନ ସାଧାରଣ ଙ୍କୁ ସପ୍ନ ଦେଖାଉ ଥିବା କମ୍ପାନୀ ଆଜି, ନା ଅଞ୍ଚଳର ବିକାଶ କଲା , ନା ଚାଷୀ ର ଉନ୍ନତି କଲା, ନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲା, ଆଜି ସେଠିକାର ନିରୀହ ଜନସାଧାର ଯୋଉ ଗରିବ କୁ ସେଇ ଗରିବ ଅଛନ୍ତି, ଆଗାମୀ ଦିନରେ ଆମ ଅଞ୍ଚଳରେ କମ୍ପାନୀ ହେଲେ ଆମେ ମଧ୍ୟ୍ୟ ଠିକ ସେହିପରି ପରିସ୍ଥିତି ଭୋଗିବାକୁ ପଡିବ କହି ତୀବ୍ର ବିରୋଧ କରିଥିଲେ।

ଏଠିକାର ଜନ ସାଧାରଣ, ଉକ୍ତ ବୈଠକ ରେ ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା ମୁଖ୍ୟ ଅଥିତି ଭାବେ ଯୋଗ ଦେଇ, ଚାଷୀ ଙ୍କୁ ଚାଷ ର ଉନ୍ନତି ବିଷୟରେ ବୁଝେଇ ଥିଲେ ,ଏହି ବୈଠକ ରେ ଚାଷୀ ଏକତା ପରିଷଦ ର ଜିଲ୍ଲା ସଂପାଦକ ପ୍ରିତମ କୁମାର୍ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି P N ଚୌଧୁରୀ, କଲ୍ୟାଣୀ ସିଙ୍ଗିପୁର ବ୍ଲକ ସଭାପତି ଅର୍ଜୁନ ବାନ୍ଦାଲାକା,,ଟାଉନ ଉପ ସଭାପତି ନିରଞ୍ଜନ ବିଡ଼ିକା, ଶାଶୁ ବୋହୂମାଳୀ ଚାରି ଟେବୁଲ ଟ୍ରଷ୍ଟ ସଭାପତି ବଳି ମାଝୀ, ପ୍ରସନ ଆଚାର୍ଯ୍ୟ,ଙ୍କ ସମେତ କର୍ମ କର୍ତା ଉପସ୍ଥିତ ଥିଲେ।

Related Post

ଜଳିଆବାହାଲ ଗାଁ ରେ କଳଙ୍ଗା ଜାତିର ଇଷ୍ଟଦେବୀ ପୁଜା , ପାରମ୍ପରିକ କଳଙ୍ଗା ନୃତ୍ୟ ରେ ଦୁଲୁକିଲା ଗାଁ

Posted by - September 27, 2022 0
ଖପ୍ରାଖୋଲ  : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଜଳିଆବାହଲ ଗାଁ ରେ ବାର ପାଲି ବିଶ୍ୱା ଶହେ ଗଙ୍ଗା କଲଙ୍ଗା ସମାଜ ର…

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ 

Posted by - October 11, 2022 0
ଯାଜପୁର ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଅଚ୍ଥିIଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ ଯୋଗଦେଇ ଶିଶୁ କନ୍ୟାଙ୍କୁ ସୁରକ୍ଷା, ସାମାଜିକ ନ୍ୟାୟ ଓ ସଚେତନତା ପ୍ରଦାନ ଦିଗରେ ସମଗ୍ର ନାରୀ ସମାଜ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।   ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ା ଶିକ୍ଷାଧିକାରୀ କୃତିବାସ ବାରିକ ଯୋଗଦେଇ କନ୍ୟା ସୁରକ୍ଷା ଓ ସଚେତନ ଦିଗରେ ନିଆଯାଊଥିବା ପଦକ୍ଷେପ ଊପରେ ବିଶେଷ ଆଲୋଚନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଆକ୍ସନ ଏଡ୍‌ର ଜିଲ୍ଳ୍‌ା ସଂଯୋଜକ ସୁରେନ୍ଦ୍ର କୁମାର  ଦିଗାଲ, ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଜିର ଦିବସର ମହନୀୟତା ଊପରେ ଆଲୋକପାତ କରିଥିଲେ,ଏହି ଅବସରରେ ବିଦ୍ୟାଳୟର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଲୋକଙ୍କ ବହୁ ମୂଲ୍ୟ ଜୀବନର ସୁରକ୍ଷା ପାଇଁ ଦାବି ଟିଏ

Posted by - November 6, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ରୋଡ ରେଳଷ୍ଟେସନ ନିକଟସ୍ଥ ରେଳଧାରଣା ଅତିକ୍ରମ କରିବା ଅନେକଙ୍କ ପାଇଁ ଏକ ପ୍ରକାର ବାଧ୍ଯତାମୂଳକ ଅଟେ। ପ୍ରତିଦିନ ରେଳଧାରଣା ଅତିକ୍ରମ…

ମାଥିଲି ଗୁଳିକାଣ୍ଡର ଅକୁହାକଥା ସମ୍ପର୍କରେ ଆଲୋଚନା ଚକ୍ର

Posted by - March 5, 2022 0
ମାଲକାନଗିରି:(ଅବଦୁଲ ଗନି) ମାଥିଲି ଗୁଳିକାଣ୍ଡର ଆକୁହାକଥା ସମ୍ପର୍କରେ ଆଲୋଚନା ଚକ୍ରଅନୁଷ୍ଠିତ ହୋଇଯାଇଛି। “ତୋର ବୁତା ତୁଇ କର ନହେଲେ ମର” ଏହି ମର୍ମରେ ଲକ୍ଷ୍ମଣ ନାୟକ ନିଜର…

ଜିଲ୍ଲା ସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ

Posted by - March 17, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l…